October 13, 2026

ଉମରକୋଟ ନିକଟସ୍ଥ ପୂଜାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତଦାନ ଶିବିର ଅନୁଷ୍ଠିତ, ୬୬ ୟୁନିଟ୍ ରକ୍ତ ସଂଗ୍ରହ……

IMG-20261013-WA0024
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)

ସେବା ସଂକଳ୍ପ ଅଭିଯାନ’ ଅବସରରେ ଆଜି ପୂଜାରୀଗୁଡ଼ା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC) ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅତ୍ୟନ୍ତ ଉତ୍ସାହ ଓ ପ୍ରଶଂସନୀୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୬୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇପାରିଛି। ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷା ବିଜେପି ରାଜ୍ୟ ଉପସଭାପତି ରମେଶ ସାହୁ, ଝରିଗାଁ ବିଧାୟକ ପ୍ରତିନିଧି, ଭାମିନି ସରପଞ୍ଚଙ୍କ ସମେତ ବିଭିନ୍ନ ଜନପ୍ରତିନିଧି, ବ୍ଲକ୍ ଉନ୍ନୟନ ଅଧିକାରୀ ଯୋଗଦେଇ ଥିଲେ। ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀମାନେ ଯୋଗଦେଇ ଶିବିରକୁ ପରିଚାଳନା କରିଥିଲେ। ସମସ୍ତଙ୍କର ମିଳିତ ସହଯୋଗ ରେ କାର୍ଯ୍ୟକ୍ରମର ସଫଳତାକୁ ସମ୍ଭବ କରିପାରିଥିଲା। ରକ୍ତଦାନ ଏକ ମହତ୍ ମାନବୀୟ ସେବା, ଯାହା ଅନେକ ଗୁରୁତର ରୋଗୀଙ୍କ ଜୀବନ ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ନିଜର ମୂଲ୍ୟବାନ ରକ୍ତଦାନ କରି ମାନବସେବାର ଏହି ମହାନ ପରମ୍ପରାରେ ସାମିଲ ହୋଇଥିବା ପ୍ରତ୍ୟେକ ରକ୍ତଦାତାଙ୍କ ଉଦାରତା, ସେବା ମନୋଭାବ ଓ ସାମାଜିକ ଦାୟିତ୍ୱବୋଧ ଅତ୍ୟନ୍ତ ପ୍ରଶଂସନୀୟ। ସେମାନଙ୍କର ଏହି ଅବଦାନ ଆଗାମୀ ଦିନରେ ଅନ୍ୟମାନଙ୍କୁ ମଧ୍ୟ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଆୟୋଜକମାନେ ମତବ୍ୟକ୍ତ କରିଛନ୍ତି।ଶିବିରକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ସ୍ୱାସ୍ଥ୍ୟକର୍ମୀ, ଆଶା ଦିଦି ଏବଂ ଅନ୍ୟାନ୍ୟ ସହଯୋଗୀମାନଙ୍କୁ ମଧ୍ୟ ଆୟୋଜକଙ୍କ ପକ୍ଷରୁ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରାଯାଇଛି।

You may have missed