October 12, 2026

ବିଭିନ୍ନ ଦାବି ନେଇ ବିଦ୍ୟୁତ ଠିକା କର୍ମଚାରୀ ସଙ୍ଘ ର ଫାଟକ ଆଗରେ ଧାରଣା 

IMG-20261012-WA0047
Share

 

ଅସ୍ତରଙ୍ଗ,, ଓଡ଼ିଶାର ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ଛଟେଇ ବନ୍ଦ, ଚାକିରିର ସୁରକ୍ଷା ଓ ଶ୍ରମିକମାନଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ନେଇ ଓଡ଼ିଶା ବିଦ୍ୟୁତ ଠିକା କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି। ମଞ୍ଚ ପକ୍ଷରୁ ପ୍ରକାଶିତ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାରେ ଦୀର୍ଘଦିନ ଧରି କାର୍ଯ୍ୟରତ ଠିକା ଶ୍ରମିକମାନେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ନିଷ୍ଠାର ସହ କାର୍ଯ୍ୟ କରି ଆସୁଛନ୍ତି। ତେବେ ବିଭିନ୍ନ କାରଣ ଦର୍ଶାଇ କର୍ମଚାରୀଙ୍କୁ ଛଟେଇ କରାଯିବା ଏବଂ ନୂଆ କର୍ମଚାରୀ ନିଯୁକ୍ତି ଦେବା ଫଳରେ ଦୀର୍ଘଦିନର ଅଭିଜ୍ଞତା ଓ ଦକ୍ଷତା ଥିବା ଶ୍ରମିକମାନେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଉଛନ୍ତି। ମଞ୍ଚର ଅଭିଯୋଗ ଅନୁଯାୟୀ, ଠିକା ବିଦ୍ୟୁତ ଶ୍ରମିକଙ୍କ ସମସ୍ୟା ନେଇ ପୂର୍ବରୁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିଲା। ସରକାରଙ୍କ ପକ୍ଷରୁ କର୍ମଚାରୀଙ୍କ ସ୍ୱାର୍ଥରକ୍ଷା ନେଇ ଆଶ୍ୱାସନ ଦିଆଯାଇଥିଲେ ମଧ୍ୟ ଛଟେଇ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ମଞ୍ଚ ଅଭିଯୋଗ କରିଛି l ବିଦ୍ୟୁତ ବ୍ୟବସ୍ଥାର ସୁଚାରୁ ପରିଚାଳନାରେ ଠିକା କର୍ମଚାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ସେମାନଙ୍କ ଚାକିରିର ସୁରକ୍ଷା ସହ ସେବା ସର୍ତ୍ତରେ ସୁଧାର ଆଣିବା ଆବଶ୍ୟକ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି। ଉକ୍ତ ଦାବୀ ଗୁଡିକ ପୁରଣ ନହେବାରୁ ରାଜ୍ୟ ମିଳିତ ମଞ୍ଚ ଆହ୍ୱାନରେ ଆଜି ଅସ୍ତରଙ୍ଗ ଉକୁଳେଇ ସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଅନେକ ଠିକା ଶ୍ରମିକ କର୍ମଚାରୀ ହାତରେ ଫ୍ଲାଗ କାର୍ଡ ଧରି ଟାଟା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହ ଧାରଣା ରେ ବସିରହିଛନ୍ତି l ଯଦି ଟାଟା ପାୱାର ଓ ସରକାର ଙ୍କ ତରଫରୁ ସେମାନଙ୍କ ଦାବୀ ପୂରଣ ନହୁଏ ତେବେ ଏହା ତୀବ୍ର ହେବ ବୋଲି ଅସ୍ତରଙ୍ଗ ଠିକା ବିଦ୍ୟୁତ କର୍ମଚାରୀ ସଙ୍ଘ ଚେତାବନୀ ଦେଇଛି lସୂଚନାଯୋଗ୍ୟ, ରାଜ୍ୟରେ ପ୍ରାୟ ୪୦ ହଜାରରୁ ଊର୍ଦ୍ଧ୍ୱ ବିଦ୍ୟୁତ ଠିକା ଶ୍ରମିକ ଓ କର୍ମଚାରୀ ବିଭିନ୍ନ ସଂସ୍ଥା ଅଧୀନରେ କାର୍ଯ୍ୟରତ ଥିବା ମଞ୍ଚ ପକ୍ଷରୁ ଦାବି କରାଯାଇଛି। ତେଣୁ ଏହି ବର୍ଗର ଶ୍ରମିକଙ୍କ ଚାକିରି ସୁରକ୍ଷା ଓ ନ୍ୟାର୍ଯ୍ୟ ଦାବି ପ୍ରତି ସରକାର ଓ ସମ୍ପୃକ୍ତ ବିଦ୍ୟୁତ ବଣ୍ଟନ ସଂସ୍ଥାଗୁଡ଼ିକ ଗୁରୁତ୍ୱ ଦେଇ ଆଲୋଚନା ମାଧ୍ୟମରେ ସମାଧାନର ବାଟ ବାହାର କରିବାକୁ ମଞ୍ଚ ଦାବି କରିଛି।

You may have missed