October 12, 2026

ଉମରକୋଟ ଫକୀରମୋହନ ପଠନ ଶାଳା ପକ୍ଷରୁ ପଯ୍ୟର୍ଟନ ସାହିତ୍ୟ ଆସର ଅନୁଷ୍ଠିତ………..

IMG-20261012-WA0043
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଫକୀରମୋହନ ପଠନଶାଳା,ଉମରକୋଟ ପକ୍ଷରୁ ପର୍ଯ୍ୟଟନ ସାହିତ୍ୟ ଆସର ଝରିଗାଁ ବ୍ଲକର ତେଲନଦୀ ପଞ୍ଚାୟତ ଅନ୍ତର୍ଗତ ଯୋଗୀଡଙ୍ଗିରୀ ପାହାଡ଼ର ରମ୍ୟ ପ୍ରାକୃତିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଫକୀରମୋହନ ପଠନଶାଳା ର ସଂପାଦକ ପ୍ରଫୁଲ୍ଲ କୁମର ରାଉତ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ସଦସ୍ୟ,ଓଡିଶା ସାହିତ୍ୟ ଏକାଡେମୀ ବଲ୍ଲଭ ରାଉତ ସ୍ବତନ୍ତ୍ର ଅତିଥି ଭାରତୀ କଳା ନିକେତନର ସଂପାଦକ ଅଧ୍ୟାପକ ଗୋପାଳ ମହାରଣା, ବିଶିଷ୍ଟ ଅତିଥି ଭାବେ ଶିକ୍ଷାବିତ୍ ରଞ୍ଜନ ବେହେରା, ସମ୍ମାନିତ ଅତିଥି ଭାବେ କବି ବିବେକାନନ୍ଦ ପଟ୍ଟନାୟକ, ମନ୍ଦିର କମିଟି ସଭାପତି ବଳଚନ୍ଦ ଗଣ୍ଡ,ଶିକ୍ଷକ ପିଲାସାଇ ଗଣ୍ଡ ,କବି ମହାନନ୍ଦ ମହାଳିକ,କବି ପୂର୍ଣ୍ଣ ଚନ୍ଦ୍ର ସେଠୀଯୋଗ ଦେଇଥିବା ବେଳେ କବି ସାଗର କୁମାରିପରିଡା ସଂଯୋଜନା କରିଥିଲେ ,ଶିକ୍ଷକ ଜୀତେନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ।ଦ୍ବିତୀୟ ଅଧିବେସନ କବିତା ପାଠରେ କବୀ ପ୍ରଭାତୀ ଦେବନାଥ ସଭାପତିତ୍ବ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ କବି ନଗେନ୍ଦ୍ର କୁମାର ରାଉତ,କବୀ ଶାନ୍ତୀଲତା ମହାନ୍ତି,କବୀ ଗୀତାଞ୍ଜଳି ଦାଶ ,କବି ଗଣେଶ ପ୍ରସାଦ ରଣା,କବି ରାଜକିଶୋର ନାୟକ ଓ ନିଗମ କୁମାର ସାହୁ ଯୋଗ ଦେଇଥିବା ବେଳେ କବୀ ମଧୁସ୍ମିତା ମହାରଣା ସଂଯୋଜନ କରିଥିଲେ।ସଂଗଠକ ପ୍ରକାଶ ଚନ୍ଦ୍ର ବେହେରା ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।

You may have missed