ଅତାବିରାରେ ଧାନ ଫସଲ ରୋଗପୋକ ଯୋଗୁଁ ନଷ୍ଟ, କ୍ଷତିପୂରଣ ଦାବିରେ କୃଷକ ସଂଗଠନ*ତହସିଲଦାରଙ୍କୁ ଦାବୀପତ୍ର
ବରଗଡ,ତା ୧୨/୧୦(ସୁରେନ୍ଦ୍ର କଠାର)
ବରଗଡ଼ -ଜିଲା ଅତାବିରା ବ୍ଲକରେ ଚଳିତ ବର୍ଷ ଧାନ ଫସଲ ଭଲ ହୋଇଥିଲେ ମଧ୍ୟ ହଠାତ୍ ରୋଗପୋକ ଆକ୍ରମଣରେ ଫସଲ ନଷ୍ଟ ହେବାରେ ଲାଗିଛି। ଗଛ ନାଲି ପଡି ମରିଯାଉଥିବାରୁ ଚାଷୀ ଚିନ୍ତାରେ ପଡିଛନ୍ତି। ବାରମ୍ବାର କୀଟନାଶକ ପ୍ରୟୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ।
ଏହାକୁ ନେଇ ଓଡ଼ିଶା ରାଜ୍ୟ କୃଷକ ସଂଗଠନ, ଅତାବିରା ପକ୍ଷରୁ ଅତିରିକ୍ତ ତହସିଲଦାର ରୋଶନୀରାଣୀ ଖମାରୀ ଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ତୁରନ୍ତ କ୍ଷେତ ପରିଦର୍ଶନ କରି କ୍ଷତିପୂରଣ ପ୍ରଦାନ ନକଲେ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ସଂଗଠନ ଚେତାବନୀ ଦେଇଛି।
ଦାବୀପତ୍ର ଦେବା ସମୟରେ ଓଡିଶା ରାଜ୍ୟ କୃଷକ ସଂଗଠନର ସଭାପତି ଭୁବନ ପ୍ରଧାନ,ପୂର୍ବତନ ସଭାପତି ବୀରେନ୍ଦ୍ର କର,ଦଶରଥ ଭୋଇ,ସଂସାର ପ୍ରଧାନ,ସତ ବାବୁ,ପାପା ରାଓ,ସନ୍ତୋଷ ବିଶ୍ବାଲ,ପର୍ଶୁରାମ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ
