October 14, 2026

ପ୍ରେରଣାଶ୍ରୀ ଇଣ୍ଟରନ୍ୟାସନାଲ୍ ଫେଷ୍ଟିଭାଲ୍ ୨୦୨୬ ଅନୁଷ୍ଠିତ

IMG-20261012-WA0019
Share

 

 

ଆୟୋଜନ ନୃତ୍ୟବାସ ପ୍ରେରଣାର ନିର୍ଦ୍ଦେଶିକା ଗୁରୁ ଅମୃତା ଦାସଙ୍କ ନେତୃତ୍ୱରେ, ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଚରଣ କମଳରେ ଏହି ଉତ୍ସବକୁ ସମର୍ପଣ କରିବା ନିମନ୍ତେ ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୧୦୦ରୁ ଊର୍ଦ୍ଧ୍ୱ ନୃତ୍ୟଶିଳ୍ପୀ ଓ ସଙ୍ଗୀତଶିଳ୍ପୀଙ୍କୁ ନେଇ ଆୟୋଜିତ ହୋଇଛି ଏହି ମହାନ ସାଂସ୍କୃତିକ ଉତ୍ସବ।

ଆଜିର ଏହି ପବିତ୍ର ଅବସରରେ ଅତିଥି ଭାବେ ଉପସ୍ଥିତ ଥିଲେ ଗୁରୁ ଶରତ ଦାସ, ଶ୍ରୀମତୀ ସୁହାଗ ନଳିନୀ ଦାସ, ଗୁରୁ ଗଜେନ୍ଦ୍ର ପଣ୍ଡା, ସୁଶ୍ରୀ ରୂପଶ୍ରୀ ମହାପାତ୍ର, ଗୁରୁ ବିବେକ ମହାନ୍ତି ଏବଂ ଗୁରୁ କୁମାର ଭୀମସେନ।

ଭରତନାଟ୍ୟମ୍‌ର ପ୍ରତିଷ୍ଠିତ ନୃତ୍ୟଗୁରୁ ଶିଳ୍ପୀ ମିତ୍ର, ଗୁରୁ ଶତରୂପା ରାୟ, ଗୁରୁ ଅଙ୍କିତା ତାହ ଏବଂ ଗୁରୁ ଅଙ୍କିତା ବସୁ ଦତ୍ତ ନିଜ ନିଜର ପ୍ରତିଭାବାନ ଶିଷ୍ୟଶିଷ୍ୟାମାନଙ୍କ ସହ ଏହି ଉତ୍ସବରେ ଯୋଗଦାନ କରିଥିଲେ।

ସଙ୍ଗୀତଶିଳ୍ପୀଙ୍କ ମଧ୍ୟରେ ମାଷ୍ଟର ଅନୀତ ମଣ୍ଡଳ ଓ ଗୁରୁ ସୁଜନ କୁମାର ଦାସ ଉଲ୍ଲେଖନୀୟ ଥିବାବେଳେ, ନୃତ୍ୟଶିଳ୍ପୀଙ୍କ ମଧ୍ୟରେ ତପସ୍ୟା ମାଣ୍ଡି, ଶ୍ରୀଦତ୍ରୀ କୁଣ୍ଡୁ, ସୁଦୀକ୍ଷା ରାୟ, ଶ୍ରିଙ୍କା ଧର ଏବଂ ତନିଷ୍ଠା ଦାସଙ୍କ ନାମ ବିଶେଷ ଭାବେ ଉଲ୍ଲେଖଯୋଗ୍ୟ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed