October 11, 2026

ଜଣେ ମହିଳା ବୁଝିଲେ ଆଉ ଜଣେ ମହିଳାଙ୍କ ଯନ୍ତ୍ରଣା ଜରୁରୀ ପ୍ରସବ ପାଇଁ ରକ୍ତଦାନ କରି ମାନବିକତାର ଉଦାହରଣ ସୃଷ୍ଟି କଲେ ସୀମାରାଣୀ

IMG-20261011-WA0052
Share

 

ସମ୍ବଲପୁର, ୧୧।୧୦ : ଜଣେ ମହିଳା ହିଁ ଆଉ ଜଣେ ମହିଳାଙ୍କ ଦୁଃଖ ଓ ଯନ୍ତ୍ରଣାକୁ ଅଧିକ ଭଲ ଭାବେ ବୁଝିପାରନ୍ତି। ଏହି ମାନବିକ ଭାବନାକୁ କାର୍ଯ୍ୟରେ ପରିଣତ କରି ଜଣେ ଜରୁରୀ ପ୍ରସବ ରୋଗୀଙ୍କ ପାଇଁ ରକ୍ତଦାନ କରି ସମାଜକୁ ସେବା ଓ ସମ୍ବେଦନଶୀଳତାର ବାର୍ତ୍ତା ଦେଇଛନ୍ତି ସୀମାରାଣୀ ସୁପକାର।

 

ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ରେ ଜଣେ ପ୍ରସବ ରୋଗୀଙ୍କୁ ଜରୁରୀ ରକ୍ତର ଆବଶ୍ୟକତା ଥିବାବେଳେ ସୀମାରାଣୀ ଆଗେଇ ଆସି ରକ୍ତଦାନ କରିଥିଲେ। ଏହା ତାଙ୍କ ଜୀବନର ପଞ୍ଚମ ରକ୍ତଦାନ। ଏହା ପୂର୍ବରୁ ମଧ୍ୟ ସେ ବିଭିନ୍ନ ଜରୁରୀ ରୋଗୀଙ୍କ ପାଇଁ ରକ୍ତଦାନ କରି ମାନବିକତାର ପରିଚୟ ଦେଇଛନ୍ତି।ସୀମାରାଣୀ ହେଉଛନ୍ତି ନିୟମିତ ରକ୍ତଦାତା ଆଇନଜୀବୀ କାଶ୍ୟପ ସୁପକାରଙ୍କ ପତ୍ନୀ। ରକ୍ତଦାନ କେବଳ ଏକ ମହତ୍ କାର୍ଯ୍ୟ ନୁହେଁ, ଏହା ଅନ୍ୟର ଜୀବନ ରକ୍ଷା କରିବାର ଏକ ଅମୂଲ୍ୟ ଅବଦାନ। ବିଶେଷକରି ପ୍ରସବ ସମୟରେ ଜଣେ ମା’ଙ୍କୁ ରକ୍ତର ଆବଶ୍ୟକତା ପଡ଼ିଲେ ସମୟୋଚିତ ସହଯୋଗ ତାଙ୍କ ପାଇଁ ଅତ୍ୟନ୍ତ ମୂଲ୍ୟବାନ ହୋଇଥାଏ।ସମାଜରେ ଆଜି ମଧ୍ୟ ରକ୍ତର ଅଭାବ ଯୋଗୁଁ ଅନେକ ରୋଗୀ ଓ ସେମାନଙ୍କ ପରିବାର ଚିନ୍ତାରେ ପଡ଼ୁଛନ୍ତି। ଏପରି ସମୟରେ ସୀମାରାଣୀଙ୍କ ଭଳି ମହିଳାଙ୍କ ନିଃସ୍ୱାର୍ଥପର ପଦକ୍ଷେପ ଅନ୍ୟମାନଙ୍କୁ ରକ୍ତଦାନ ପାଇଁ ପ୍ରେରଣା ଯୋଗାଇବ। ରକ୍ତଦାନ ପାଇଁ କେବଳ ଇଚ୍ଛାଶକ୍ତି ଓ ମାନବିକତା ଆବଶ୍ୟକ। ଜାତି, ଧର୍ମ, ବର୍ଣ୍ଣ ଓ ସମ୍ପର୍କର ସୀମା ଅତିକ୍ରମ କରି ଅନ୍ୟର ବିପଦ ସମୟରେ ଠିଆ ହେବା ହିଁ ପ୍ରକୃତ ମାନବଧର୍ମ।ସୀମାରାଣୀଙ୍କ ଏହି ଉଦ୍ୟମ ସମାଜ ପାଇଁ ଏକ ସକାରାତ୍ମକ ସନ୍ଦେଶ।

You may have missed