ବରପାଲି କାଳୀ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ
ବରପାଲି , (ସୁଦାମ ଦୀପ) ବରପାଲି ଶ୍ୟାମା ଛକ ରେ ଅନୁଷ୍ଟିତ ସାର୍ବଜନୀନ କାଳୀ ପୂଜାର ଚଳିତ ବର୍ଷ ପାଇଁ ନୂତନ କର୍ମ କର୍ତ୍ତା ଚୟନ କରାଯାଇଥିଲା ।କମିଟି ର ବରିଷ୍ଠ ସଭ୍ୟ ଅଶୋକ କୁମାର ଦାଶ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ବୈଠକ ରେ ସମ୍ପାଦକ ବିଷ୍ଣୁ ସେଠ୍ ଗତ ବର୍ଷ ପୂଜା ର ଆୟ ବ୍ୟୟ ଉପସ୍ଥାପନ ପରେ ତାହା ସର୍ବ ସମ୍ମତି କ୍ରମେ ଗୃହୀତ ହୋଇଥିଲା । ଚଳିତ ବର୍ଷ ର ନୂତନ କର୍ମକର୍ତ୍ତା ହେଲେ ସଭାପତି ସମ୍ପଦ ଗହୀର , କାର୍ଯକାରୀ ସଭାପତି ମନୋଜ ମେହେର, ଉପ ସଭାପତି ଅନିଲ ସେଠ୍, ନୃଷିଂହ ପଣ୍ଡା, ସମ୍ପାଦକ ବିଷ୍ଣୁ ସେଠ। ସହ ସମ୍ପାଦକ ସୁଜଳ ଅଗ୍ରୱାଲ, ପ୍ରିୟାଂଶୁ ଭୋଇ, ପ୍ରସନ୍ନ ଠେଲା ,ପ୍ରତାପ ସାହୁ, କୋଷାଧକ୍ଷ ଶଙ୍କର ଅଗ୍ରୱାଲ ଓ ଉପଦେଷ୍ଟା କମିଟି ରେ ଅଶୋକ କୁମାର ଦାଶ, ଅଚ୍ୟୁତାନନ୍ଦ ଦାଶ, ଅଚ୍ୟୁତାନନ୍ଦ ପଣ୍ଡା, ନନ୍ଦଲାଲ ସାହୁ, ଲକ୍ଷ୍ମୀ ପ୍ରସାଦ ବରାଇ, ଡାକ୍ତର ରାଧେଶ୍ୟାମ ଅଗ୍ରୱାଲ, ପରମାନନ୍ଦ ସ୍ୱାଇଁ, ଗୋକୁଳାନନ୍ଦ ସ୍ୱାଇଁ, ବାଲ କିଶୋର ଖାଡ଼ଙ୍ଗା, ରାଜେନ୍ଦ୍ର ବିଦ୍ୟାଧର, ଧୀରେନ୍ଦ୍ର କୁମାର ତ୍ରିପାଠୀ ପ୍ରମୁଖ ।ଚଳିତ ବର୍ଷର ପୂଜା କୁ ଅଧିକ ଆକର୍ଷଣୀୟ କରିବା ପାଇଁ ନୂତନ କର୍ମକର୍ତ୍ତା ସୂଚନା ପ୍ରଦାନ କରିଥିଲେ ।ବୈଠକ ପ୍ରାରମ୍ଭ ରେ ପୂଜା କମିଟି ର ସଭ୍ୟ ଭିକାରୀ ଚରଣ ଗହୀର ଙ୍କ ବିୟୋଗ ରେ ନୀରବ ପ୍ରାର୍ଥନା କରାଯାଇଥିଲା। ଆସନ୍ତା ୨୦ ତାରିଖ ସକାଳ ୯ ଘଣ୍ଟା ସମୟ ରେ ପୂଜା ର ଶୁଭ ସ୍ତମ୍ଭ ସ୍ଥାପନ କରାଯିବ।
