ଫତେପୁର ଏସ୍ ଏସ୍ ଜି ଗ୍ରୁପ ପକ୍ଷରୁ ପଞ୍ଚାୟତ ସଙ୍ଘ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଧାରଣା…

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଫତେପୁର ପଞ୍ଚାୟତ ଫତେପୁର ଏସ୍ ଏସ୍ ଜି ଗ୍ରୁପ୍ ପକ୍ଷରୁ ଶତାଧିକ ସଂଖ୍ୟାର ମହିଳା ମାନେ ଆଜି ପଞ୍ଚାୟତ ମହାସଂଘ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି।ତେବେ ମହାସଂଘର ନିୟମନୁଯାୟୀ ୨ବର୍ଷରେ ଥରେ ଇସି ପରିବର୍ତ୍ତନ ହେବାକୁ ଥିବା ବେଳେ ତାହା ପରିବର୍ତ୍ତନ ହେଉନାହିଁ କି ୧୨ବର୍ଷ ଧରି ମହାସଂଘରେ ଥିବା ଏମ୍ବିକେ ପଙ୍କୋଜିନୀ ବେହେରା ମହାସଂଘର ମହିଳା ମାନଙ୍କୁ ହିସାବ ଦେଉନାହାଁନ୍ତି।ଯାହାକୁ ନେଇ ଫତେପୁର ମହାସଂଘରେ ବାଦ ବିବାଦ ସୃଷ୍ଟି ହେବାରୁ ମହିଳା ମାନେ ଦୀର୍ଘ ୨ବର୍ଷ ଧରି ସଂଘ କାର୍ଯ୍ଯଳୟରେ ତାଲା ପକାଇ ରଖିଛନ୍ତି।ମାତ୍ର ମହାସଂଘର ମହିଳା ମାନଙ୍କ କୌଣସି କଥାକୁ ଗୁରୁତ୍ଵ ଦେଉନାହାଁନ୍ତି ବ୍ଲକ୍ ପ୍ରୋଗ୍ରାମ କୋଡ଼ିନେଟର ତୈଲକ୍ଷ ମଲ୍ଲ।ଏନେଇ ଆଜି ଫତେପୁର ଏସ୍ ଏସ୍ ଜି ଗ୍ରୁପ୍ ଶତାଧିକ ସଂଖ୍ୟାର ମହିଳା ମାନେ ଫତେପୁର ମହାସଙ୍ଘ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଧାରଣାରେ ବସିବା ସହ ହୋହାଲ୍ଲା କରିଛନ୍ତି।
ତେବେ ଫତେପୁର ଏସ୍ ଏସ୍ ଜି ମହିଳା ମାନଙ୍କୁ ଦୀର୍ଘ ୧୨ବର୍ଷର ହିସାବ ଓ ଇସୀ ପରିବର୍ତ୍ତନ କରିବା ପାଇଁ ଦାବୀ କରାଯାଇଛି।ଏଥିସହିତ ଯଦି ଏସ୍ ଏସ୍ ଜି ମହିଳା ମାନଙ୍କ କଥାକୁ ଗୁରୁତ୍ଵ ଦିଆ ନ ଯାଏ ତାହାଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )
