October 9, 2026

ଛାତ୍ର ସଂସଦ ନିର୍ବାଚନ ନାମାଙ୍କନ ଦାଖଲ ରେ ଚଳଚଞ୍ଚଳ ମହାବିଦ୍ୟାଳୟ …..

IMG-20261009-WA0063
Share

 

 

ତିର୍ତୋଲ.. ୦୯/୧୦/୨୬

( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ କୁ ନେଇ କଲେଜ କ୍ୟାମ୍ପସ ହୋଇ ଉଠିଛି ଚଳଚଞ୍ଚଳ । ଉତ୍ସାହିତ ଛାତ୍ରଛାତ୍ରୀ ଏବଂ କଲେଜ କର୍ତ୍ତୃପକ୍ଷ | ବିଭିନ୍ନ ରାଜନୈତିକ ଦଳର କର୍ମୀ ମାନେ ନିଜ ନିଜ ଦଳର ପ୍ରଚାର ପ୍ରସାର ନିମନ୍ତେ ସମସ୍ତ ସାମର୍ଥ୍ୟ ଲଗେଇ ଦେଇଥିବା ଦେଖିବାକୁ ମିଳୁଛି | ପାର୍ଥୀ ମାନେ ପୂଜାର୍ଚ୍ଚନା ସାରି ଧାର୍ଯ୍ୟ ସମୟ ମଧ୍ୟରେ ଶାନ୍ତି ଶୃଙ୍ଖଳା ର ସହିତ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ପ୍ରଶାସନ ପକ୍ଷରୁ ଏହି ନିର୍ବାଚନ ପ୍ରକ୍ରିୟା କୁ ସ୍ୱଚ୍ଛ ଏବଂ ଶୃଙ୍ଖଳିତ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଥିବାର ଦେଖିବାକୁ ମିଳିଛି | ତିର୍ତ୍ତୋଲ ଅଞ୍ଚଳର ସର୍ବ ପୁରାତନ ମହାବିଦ୍ୟାଳୟ ଆଦିକବି ଶାରଳା ଦାସ ମହାବିଦ୍ୟା ଳୟ ଏବଂ ରାହାମା ସ୍ଥିତ ଶାରଳା ମହାବିଦ୍ୟାଳୟ ରେ ଆଜି ଶାନ୍ତି ଶୃଙ୍ଖଳା ସହିତ ନାମାଙ୍କନ ଦାଖଲ ହୋଇଥିବା ବେଳେ ଚୂଡାନ୍ତ ପ୍ରାର୍ଥୀ ତାଲିକା ମଧ୍ୟ ପ୍ରକାଶ ପାଇଛି | ଚଳିତ ମାସ ୧୫ ତାରିଖ ରେ ନିର୍ବାଚନ ହେବାକୁ ଥିବାବେଳେ ପ୍ରାର୍ଥୀ ମାନେ ପ୍ରଚାର କୁ ନେଇ ରଣକୌଶଳରେ ବ୍ୟସ୍ତ ରହିଛନ୍ତି | ବିଶେଷ କରି ଶାରଳା ମହା ବିଦ୍ୟାଳୟ ରେ ଦୁଇ ଛାତ୍ର ସଙ୍ଗଠନ ନିର୍ବାଚନ ରେ ଅଂଶ ଗ୍ରହଣ କରିଥିବା ଜଣା ପଡିଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ମିଳିତ ଛାତ୍ର ସଙ୍ଗଠନ ଏହି ନିର୍ବାଚନ ରେ ପ୍ରତି ଦୋନ୍ଦିତା କରୁଥିବା ବେଳେ ନୁତନ ପୁରାତନ ଛାତ୍ର ସଙ୍ଗଠନ ମଧ୍ୟ ରେ ତିବ୍ର ପ୍ରତିଦ୍ବନ୍ଦିତା ହେବାର ସମ୍ଭାବନା ଦେଖା ଦେଇଛି । ଶାସକ ଦଳ ସମର୍ଥିତ ଛାତ୍ର ସଂଗଠନ ମିଳିତ ଛାତ୍ର ନେତା ମାନଙ୍କୁ ପ୍ରାଥି ହେଲେ ଜିବନରୁ ମାରି ଦେବା ପାଇଁ ଧମକ ଦେଉଥିବା ଅଭିଯୋଗ ଶୁଣିବାକୁ ମିଳିଛି । ଏପରି କି ଛାତ୍ର ନେତା ମାନଙ୍କର ପରିବାରକୁ ତୁମ ପିଲା ପ୍ରାର୍ଥୀ ହେଲେ କିଛି ଭଲ ହେବ ନାହିଁ ବୋଲି ଧମକ ମିଳୁଥିବା ମଧ୍ୟ ଅଭିଯୋଗ ହୋଇଛି । ଧମକ ଦେଉଥିବା ଛାତ୍ର ସଙ୍ଗଠନ ଠାରୁ ଦୁରେଇ ରହିବା ପାଇଁ ଛାତ୍ର ନେତା ମାନେ ନିବେଦନ କରିଛନ୍ତି । ସଭାପତି ଶୈଭାଗ୍ୟ ନାରାୟଣ ବେହେରା,ଉପ ସଭାପତି ସୁଚୀସ୍ମିତ ପ୍ରଧାନ, ସମ୍ପାଦକ କାଳୀ ଚରଣ ଟୁଡୁ, ସହସମ୍ପାଦକ ମହେଶ ଡାଳୁଆ,ଖେଳ ସମ୍ପାଦକ ସୌରବ ଗୋଛାୟତ,ସହ ସମ୍ପାଦକ ଶୁଭ ଦର୍ଶୀନୀ ନାୟକ, ସହକାରୀ ସହ ସଂପାଦକ ପ୍ରିୟଙ୍କା ପ୍ରିୟଦସିନୀ ସାହୁ ନାଟ୍ୟ ସମ୍ପାଦକ ଯୋତି ପ୍ରଜ୍ଞା ସାହୁ, ପ୍ରମୁଖ ଛାତ୍ର ନେତା ମାନେ ଆଗାମୀ ଦିନରେ କଲେଜ୍ ର ବିଭିନ୍ନ ସମସ୍ୟା କୁ ଶରଳଭାବରେ ସମାଧାନ କରିବା ସହିତ ପ୍ରତେକ ଛାତ୍ରଛାତ୍ରୀ ମାନଙ୍କର ମୈଳିକ ଅଧିକାର ପୁରଣ କରିବା ପାଇଁ ବଦ୍ଧ ପରିକର । ବିପୁଳ ସଂଖ୍ୟାରେ ଛାତ୍ରଛାତ୍ରୀ ମାନେ ସହଜୋଗ କରିବା ପାଇଁ ନିବେଦନ କରିଛନ୍ତି ।