October 9, 2026

ଗଣେଶ୍ୱର ଉଚ୍ଚବିଦ୍ୟାଳୟ ରେ ସାରଳା ସାହିତ୍ୟ ସଭା

IMG-20261009-WA0062
Share

=ତିର୍ତ୍ତୋଲ,::-ତା 9/10/2026 କୁଜଙ୍ଗବ୍ଲକ ସାଇଲୋ ପଞ୍ଚାୟତ ଅଧିନ ମୁଥାପଦା ସ୍ଥିତ ଗଣେଶ୍ୱର ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଗତ ଶୁକ୍ରବାର ଅପରାହ୍ନ ରେ ଓଡ଼ିଆ ଭାଷାସାହିତ୍ୟ କୁ ସାରଳା ଦାସ ଙ୍କ ଅବଦାନ, ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥିଭାବେ ସାରଳାସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଯୋଗଦେଇ, ଓଡ଼ିଆ ଭାଷାସାହିତ୍ୟ ର ଇତିବୃତ୍ତି, ଓ ସାରଳା ଦାସ ଙ୍କ ମହାଭାରତ ପାଇଁ ଓଡ଼ିଆଜାତି ଆଜି ବିଶ୍ୱଦରବାର ରେ ପରିଚିତ, ପ୍ରତିଷ୍ଠିତ ଓ ବିଶ୍ୱବନ୍ଦିତ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ l ପ୍ରଧାନଶିକ୍ଷକ ରୋହିତ କୁମାର ମହାପାତ୍ର ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ପଣ୍ଡିତ ସିଦ୍ଧେଶ୍ୱର ପଣ୍ଡା ଅତିଥିଙ୍କ ପରିଚୟ ପ୍ରଦାନ, ସ୍ୱାଗତ ଭାଷଣ ଓ ମଞ୍ଚସଞ୍ଚାଳନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସ୍ମରଣିକା ନନ୍ଦ, ଶୁଚିସ୍ମିତା ପଟ୍ଟନାୟକ, ଚିତ୍ତରଞ୍ଜନ ନାୟକ, ପ୍ରତିମା ବେହେରା, ମାମିନା ରାଉତ ଓ ସୂର୍ଯ୍ୟକାନ୍ତ ବେଉରା ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ମାନେ, ଓଡ଼ିଆ ଭାଷାସାହିତ୍ୟ କ୍ଷେତ୍ରରେ ସାରଳା ଦାସ ଙ୍କ ଅବଦାନ ବିଷୟରେ ନିଜନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଦଶମଶ୍ରେଣୀ ର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲାବେଳେ, ବିଦ୍ୟାଳୟ ପରିସରରେ ଏକ ଆଧ୍ୟାତ୍ମିକ ଭକ୍ତିଭାବମୟ ପରିବେଶ ସୃଷ୍ଟି ହୋଇଥିଲା l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର