ଉମରକୋଟ ପେଣ୍ଡ୍ରାଣୀମହାବିଦ୍ୟାଳୟରେ ଯୌନ ଉତ୍ପୀଡ଼ନ ନିରାକରଣ ଓ ଲିଙ୍ଗଗତ ସମାନତା ଉପରେ ସଚେତନତା କର୍ମଶାଳା ମହିଳାଙ୍କ ସୁରକ୍ଷା, ସମ୍ମାନ ଓ ସମାନ ଅଧିକାର ଉପରେ ଗୁରୁତ୍ୱ……

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ପେଣ୍ଡ୍ରାଣୀ ମହାବିଦ୍ୟାଳୟରେ ପିଏମ୍-ଉଷା (PM-USHA) ଯୋଜନା ଆନୁକୂଲ୍ୟରେ ଯୌନ ଉତ୍ପୀଡ଼ନ ନିରାକରଣ, ଲିଙ୍ଗଗତ ଅନ୍ତର୍ଭୁକ୍ତି ଓ ସମାନତାମୂଳକ ପଦକ୍ଷେପ ଉପରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାନୁଷ୍ଠାନରେ ଏକ ସୁରକ୍ଷିତ, ସମ୍ମାନଜନକ ଓ ଭେଦଭାବମୁକ୍ତ ପରିବେଶ ସୃଷ୍ଟି କରିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲିଙ୍ଗଗତ ସମାନତା ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଡ଼ ଚିନ୍ମୟ ରାଉତ ଅଧ୍ୟକ୍ଷତା କରିଥିଲେ। ଏଥିରେ ଉପାଧ୍ୟକ୍ଷ ଅଧ୍ୟାପକ ରାମ ଶଙ୍କର ପଟ୍ଟନାୟକ, ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଶେଷାନନ୍ଦ ମିଶ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ କୃଷି ଅଧିକାରୀ ଶ୍ରୀମତୀ ସୁଦେଷ୍ଣା ଧଳ ଏବଂ ଏସ ଏଲ ଏନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ଓମ୍ ପ୍ରଭା ସାହୁ ଯୋଗଦେଇ ଯୌନ ଉତ୍ପୀଡ଼ନର ପ୍ରତିରୋଧ, ମହିଳାଙ୍କ ସୁରକ୍ଷା, ପାରସ୍ପରିକ ସମ୍ମାନ ଓ ଲିଙ୍ଗଗତ ସମାନତାର ଗୁରୁତ୍ୱ ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ବକ୍ତାମାନେ ଶିକ୍ଷାନୁଷ୍ଠାନରେ ଯୌନ ଉତ୍ପୀଡ଼ନ ଭଳି ଅନୁଚିତ ଆଚରଣକୁ ରୋକିବା ସହ ଏଭଳି ଘଟଣା ପ୍ରତି ସଚେତନ ରହିବା ଏବଂ ପ୍ରତ୍ୟେକଙ୍କୁ ସମାନ ସୁଯୋଗ, ସମ୍ମାନ ଓ ଅଧିକାର ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ଲିଙ୍ଗ ଆଧାରରେ କୌଣସି ପ୍ରକାର ଭେଦଭାବ ନକରି ସମସ୍ତଙ୍କ ପାଇଁ ଏକ ସମାବେଶୀ ଶିକ୍ଷା ପରିବେଶ ଗଠନ କରିବାକୁ ଆହ୍ୱାନ ଦିଆଯାଇଥିଲା। ପିଏମ୍-ଉଷା ଯୋଜନା ଅଧୀନରେ ଆୟୋଜିତ ଏହି କର୍ମଶାଳା ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନ ସହ ଜଡ଼ିତ ସମସ୍ତଙ୍କ ମଧ୍ୟରେ ସୁରକ୍ଷା, ସମାନତା ଓ ସାମାଜିକ ଦାୟିତ୍ୱବୋଧ ସମ୍ପର୍କରେ ସଚେତନତା ସୃଷ୍ଟି କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଥିଲା। ଏହି କର୍ମଶାଳା ରେ ମହାବିଦ୍ୟାଳୟ ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ ରାଇଘର ଓ ଉମରକୋଟ ସ୍ଥିତ ଗୁରୁଃକୃପା ଡିଗ୍ରୀ କଲେଜ ଝରୀଗାଁ ମହାବିଦ୍ୟାଳୟ, ଚନ୍ଦାହାଣ୍ଡି ପାନାବେଡା ଡିଗ୍ରୀ କଲେଜ ରାଇଘର ପାଞ୍ଚୟତ ସମିତି କଲେଜ, ଧୋଡ୍ରା ମହିମା ଅଲେଖ କଲେଜର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।
