October 9, 2026

ବରପାଲିରେ ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟ ଓ ସହାୟକ ଉପକରଣ ବଣ୍ଟନ ଶିବିର

IMG-20261009-WA0026
Share

ବରପାଲି, ୯/୧୦ (ସୁଦାମ ଦୀପ) – ବରପାଲି ବ୍ଲକ୍ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଗଙ୍ଗାଧର ମେହେର ଏନଏସି ଉଚ୍ଚ ବିଦ୍ୟାଳୟ ପରିସରରେ ଭିନ୍ନକ୍ଷମ ଚିହ୍ନଟୀକରଣ ଓ ଉପକରଣ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରତ୍ନ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ବିଆରଟି ମୁକୁନ୍ଦ ମେହେର ଓ ତୁଳାରାମ ସାହୁ ପରିଚାଳନା କରିଥିଲେ। ଭୁବନେଶ୍ୱର ALIMCO ରୁ ଆସିଥିବା ବିଶେଷଜ୍ଞ ବିକ୍ରମ ମହାରଣା ଓ ସୁରଜ କୁମାର ମାଝୀ ୮୦ ଜଣ ଭିନ୍ନକ୍ଷମ ଶିଶୁ ଓ ସେମାନଙ୍କ ଅଭିଭାବକଙ୍କୁ ପରୀକ୍ଷା କରି ଚିହ୍ନଟ କରିଥିଲେ। ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଲୋକ କୁମାର ପ୍ରଧାନ ୩୫ ଜଣ ଶିଶୁଙ୍କୁ ସହାୟକ ଉପକରଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମିହିର ପ୍ରଧାନ, ନୃପରାଜ ଦାସ, ଜୟନ୍ତୀ ନାୟକ, ଶୈଳେନ୍ଦ୍ରୀ ସାହୁ ଓ ସମସ୍ତ ସିଆରସି ସହଯୋଗ କରିଥିଲେ।

You may have missed