October 9, 2026

ଢ଼ାମଣାହାଣ୍ଡି ଗ୍ରାମ ପଞ୍ଚାୟତ ରେ ମଦ ବନ୍ଦ ପାଇଁ ମହିଳାଙ୍କ ଦ୍ୱାରା ଦାବିପତ୍ର ପ୍ରଦାନ ସାତ ଦିନମଧ୍ୟରେ ବନ୍ଦ ନ କଲେ ରାଜରାସ୍ତା କୁ ଓଲ୍ହାଇବେ ବୋଲି ଚେତାବନି 

IMG-20261009-WA0030
Share

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ପଞ୍ଚାୟତ ସମିତି ଅଧିନସ୍ତ ଢ଼ାମଣା ହାଣ୍ଡି ଗ୍ରାମ ପଞ୍ଚାୟତ ର ଭୁର୍ସି. ପଚିଆ. ଗୁଲିଗୁଡା. ନାରହଣ୍ଡି. ସୌରା କୁହୁଡି. ନୂଆଗୁଡା.ଗୀର୍ଲ୍ଲଆ ଗୁଡା.ଖପରିଗୁଡା. ଢ଼ାମଣା ହାଣ୍ଡି.ଗାନ୍ଧୀ ନଗର.ବାଟକୁହୁଡ଼ି ଗ୍ରାମ ରୁ ଏକ ହଜାର ରୁ ଉର୍ଦ୍ଧ ମହିଳା ଆଜି ଅପରାହ୍ନ ରେ ଅବକାରୀ ବିଭାଗ କାର୍ଯ୍ୟାଳୟ କୁ ପଞ୍ଚାୟତରେ ମଦ ବନ୍ଦ କରିବା ପାଇଁ ଦାବି ପତ୍ର ପ୍ରଦାନ କରିବା ପାଇଁ ପହଞ୍ଚିଥିଲେ କିନ୍ତୁ କାର୍ଯା ଳୟ ବନ୍ଦ ରହିଥିବାରୁ ମହିଳାଙ୍କ ମଧ୍ୟ ରେ ଅସନ୍ତୋଷ ଦେଖା ଦେଇଛି.ସେଠାରୁ ନିରାଶ ହୋଇ ଫେରିବା ପରେ ପୋଲିସ ଥାନାରେ ଏକ ଦାବିପତ୍ର ପ୍ରଦାନ କରିଥିବାର ଜଣାଯାଇଛି.କମ ବୟସ ରେ ଯୁବତୀ ମାନେ ବିଧବା ହେଉଛନ୍ତି.ଯୁବକ ମାନେ ଅସାମାଜିକ କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି.କମ ବୟସ ର ପିଲା ଓ ଯୁବକ ମାନେ ମଦ୍ୟ ପାନର ଆସକ୍ତ ହୋଇ ବିଭିନ୍ନ ରୋଗରେ ପୀଡିତ ହବା ସହ ଦୁର୍ଘଟଣାର ଶିକାର.ହେଉଛନ୍ତି.କେତକ ଯୁବକଙ୍କ ଅକାଳରେ ବିୟୋଗ ହେଉଛନ୍ତି ରୋଜ ଗାରିଆ ପୁଅ କୁ ହରାଇ ପରିବାର ସର୍ବ ସ୍ୱାନ୍ତ ହୋଇ ପଡୁଛି.ତେଣୁ ସାତ ଦିନ ମଧ୍ୟରେ ମଦ ବିକ୍ରି ବନ୍ଦ ନ ହେଲେ ରାଜ ରାସ୍ତାକୁ ଓଲ୍ହାଇ ବାକୁ ବାଧ୍ୟ ହେବୁ ବୋଲି ଉକ୍ତ ଦାବି ପତ୍ର ରେ ଉଲେଖ ଥିବାର ଜଣା ଯାଇଛି.ସମିତି ସଭ୍ୟା ନମିତା ଦିଆନ. ସମାଜ ସେବି ନୀଳକଣ୍ଠ ନାୟକ. ରାମ ବିଶୋଇ. ମହାଦେବ ପୂଜାରୀ ଙ୍କ ସମେତ ଉକ୍ତ ପଞ୍ଚାୟତ ର ଏକ ହଜାର ରୁ ଉର୍ଦ୍ଧ ମହିଳା ଦାବିପତ୍ର ପ୍ରଦାନ ସମୟ ରେ ସାମିଲ ଥିବା ଜଣାଯାଇଛି.ଏଥି ପୂର୍ବ ରୁ ବାଟ କୁହୁଡି ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଦିନମଣି ରନ୍ଧାରିଙ୍କୁ ଲିଖିତ ଦେଇଥିବା ଗଣ ମାଧ୍ୟମ ରେ ପ୍ରକାଶ କରିଥିବା ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ କ ରିପୋର୍ଟ ନିୟୁସ ଉପାନ୍ତ ଖବର.

You may have missed