October 8, 2026

କଂଗ୍ରେସ ପକ୍ଷରୁ କୁଜଙ୍ଗରେ ବନ୍ଦ ଡାକରା..

IMG-20261008-WA0134
Share

ଇଣ୍ଡିଆ ମେଣ୍ଟ ତରଫରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି।ଆଜି ସକାଳ ୬ ଘଟିକା ଠାରୁ ଜାତୀୟ କଂଗ୍ରେସ ସହିତ ଇଣ୍ଡିଆ ମେଣ୍ଟରେ ସାମିଲ ରହିଥିବା ବିଭିନ୍ନ ରାଜନୈତିକ ଦଳ ତରଫରୁ ପାରାଦୀପ ବନ୍ଦର ସମେତ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନରେ ଫାଟକ ସମ୍ମୁଖରେ ପିକେଟିଂ କରିଥିଲେ।ଯାହା ଫଳରେ ଅନେକ ଶିଳ୍ପସଂସ୍ଥାକୁ କାମ କରିବାକୁ ଯାଉଥିବା ଶ୍ରମିକ ମାନେ ଫେରି ଆସିଥିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।ବସ ଚଳାଚଳ ସହିତ ବିଭିନ୍ନ ଦୋକାନ ବଜାର ବନ୍ଦ ରହିଥିବା ବେଳେ ବିଭିନ୍ନ ବିଦ୍ୟାଳୟରେ ପରୀକ୍ଷା ଥିବାରୁ ସ୍କୁଲ ଖୋଲା ରହିଥିବା ଦେଖିବାକୁ ମିଳିଛି।ଚାରିଦଫା ଦାବିରେ ଇଣ୍ଡିଆ ମେଣ୍ଟରେ ଓଡିଶା ବନ୍ଦ ଡାକରା ସଫଳ ହୋଇଥିବା ଦେଖିବାକୁ ମିଳିଛି।ସେହିଭଳି କୁଜଙ୍ଗରେ ବନ୍ଦ ସମୟରେ ମହିଳା ମାନଙ୍କ ସହ ଖରାପ ଆଚାରଣ କରିବାକୁ ନେଇ ପ୍ରଶ୍ନ କରିଛନ୍ତି।କୁଜଙ୍ଗ ବ୍ଲକ ସଭାପତି ଶ୍ରୀକାନ୍ତ ଦାସଙ୍କ ନେତୃତ୍ୱରେ ପାରାଦୀପ କଂଗ୍ରେସ ନେତା ନିରଞ୍ଜନ ନାୟକ,ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ସମ୍ୟରଂଜନ ରାଉତ,ବିଶ୍ୱନାଥ ମଲ୍ଲିକ,ନାରିନେତ୍ରୀ ମଞ୍ଜୁଲତା ରାଉତ,ଜାନକୀ ମୁହାରଥା,ସେହିଭଳି କୁଜଙ୍ଗ ସିପିଆଇର ସୁବାସ ମୁହାପତ୍ର,ଯେଉଁଭଳି ପୋଲିସ ର ଦମନ ଗିରିକୁ ପୁରା ବିରୋଧ କରିଥିଲେ ଏବଂ ଯେଉଁଭଳି ମହିଳା ମାନଙ୍କ ପ୍ରତି ଅସଦାଆଚାରଣ କରିଥିବାରୁ ଘୋର ନିନ୍ଦା କରିଥିଲେ ସିପିଆଇର ନେତ୍ରୀ ଚିନ୍ମୟ ସାହାଣୀ।(ପାରାଦ୍ୱୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର)