ଭୟାବହ ବିସ୍ଫୋରଣ….!!! ଦୁଇ ମୃତ ଦୁଇ ଗୁରୁତର, ଦୁଇ ଆହତ .
ତିର୍ତୋଲ…
( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି, ଜଗତସିଂହପୁର ଜିଲ୍ଲା, ତିର୍ତୋଲ ବ୍ଲକ, ପଟିଲୋ ପଂଚାୟତ ମହିଳ ଗ୍ରାମ ରେ । କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ, ଆଜି ମଧ୍ୟାହ୍ନ ସମୟ ରେ ଗୋଟେ ପରିବାର ରେ ଘଟି ଯାଇଛି ଏଭଳି ମର୍ମନ୍ତୁଦ ଘଟଣା, କିଏ କହୁଛି ବାଣ ବିସ୍ଫୋରଣ ତ କିଏ କହୁଛି ଗ୍ୟାସ ଟାଙ୍କି ଫାଟିଛି । ଘଟଣା ସ୍ଥଳରେ ତିର୍ତ୍ତୋଲ ପୋଲିସ୍, ସାଇ ଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବିସ୍ପୋରଣ ର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହେଇନଥିବା ବେଳେ କାରଣ ଖୋଜିବାରେ ଲାଗିଛି ପୋଲିସ୍ । ବିସ୍ଫୋରଣ ଏତେ ଭୟାବହ ଥିଲା ଯେ ଘରର କାନ୍ଥ ସବୁ ଫାଟି ଯାଇଥିବା ବେଳେ ଘରର ଝରକା କବାଟ ସବୁ ଉଡି ଯାଇଥିଲା । ଘଟଣା ସ୍ଥଳ ରେ ପରିବାର ର ମୁଖ୍ୟ ମନୋରଞ୍ଜନ ସ୍ୱାଇଁ ଙ୍କ ର ଘଟଣାସ୍ଥଳ ରେ ମୃତୁ ଘଟିଥିବା ବେଳେ ଡାକ୍ତରଖାନା ରେ ପୁଅ ସୌମ୍ୟ ସାହିଲ ର ମୃତ୍ୟୁ ଘଟିଛି। ଜଣେ ଶିକ୍ଷକ ତାଙ୍କ ଘରକୁ ଆସିଥିବା ବେଳେ ଗୁରୁତର ହେବା ସହ ଆଉ ଦୁଇ ଜଣ ମଧ୍ୟ ଗୁରୁତର ଅଛନ୍ତି । ଗୁରୁତ୍ତରଙ୍କ ମଧ୍ୟରୁ ରାହୁଲ ରାଜ ମହନ୍ତ ଓ ଭାଗ୍ୟଲକ୍ଷ୍ମୀ ସ୍ଵାଇଁ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ ମନୋରଞ୍ଜନ ଙ୍କ ପତ୍ନୀ ସୁଭଲକ୍ଷୀ ମଧ୍ୟ ଆହତ ହୋଇଥିବା ଜଣା ପଡିଛି । ବର୍ତମାନ ତିର୍ତୋଲ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।
