କଂଗ୍ରେସ ଓ ଇଣ୍ଡିଆ ବ୍ଲକର ଆହ୍ୱାନରେ ଆଜି ଭବାନୀପାଟଣା ବନ୍ଦ।
ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ଆଜି କଂଗ୍ରେସ ପାର୍ଟି ଓ ଇଣ୍ଡିଆ ବ୍ଲକ ଦ୍ୱାରା ଦିଆଯାଇଥିବା ଓଡିଶା ବନ୍ଦ ଡାକରାକୁ ନେଇ ଭବାନୀପାଟଣା ସହରରେ ମଧ୍ୟ ବନ୍ଦ ପାଳନ କରାଯାଇଛି। ଏଥିରେ ଜିଲ୍ଲା କଂଗ୍ରେସ, ସିପିଆଇ ଓ ଇଣ୍ଡିଆ ବ୍ଲକର ବଶିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ୱାରା ସହରର ସମସ୍ତ ପ୍ରମୁଖ ରାସ୍ତା ଗୁଡିକୁ ଅବରୋଧ କରାଯାଇ ବନ୍ଦ ପାଳନ କରାଯାଇଛି। ଏହି ବନ୍ଦ ପାଳନ ସମୟରେ କେବଳ ଜରୁରୀ କାଳିନ ସେବା ଗୁଡିକୁ ବାଦ ଦିଆଯାଇଥିବା ବେଳେ, ଯାନବାହାନ ଚଳାଚଳ ସମ୍ପୂର୍ଣ ବନ୍ଦ ରହିଥିବା ସହ ସହରର ପ୍ରାୟ ସମସ୍ତ ଦୋକାନ ବଜାର ଗୁଡିକ ବନ୍ଦ ରହିଛି। ଏଥିସହ ସରକାରୀ ବେସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି। ଏହି ବନ୍ଦ ପାଳନ ସମୟରେ ଆନ୍ଦୋଳନକାରିଙ୍କ ଦ୍ୱାରା ଭୋଟ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ ଓ ଦେଶ ବଞ୍ଚାଅ ଆଦି ସ୍ଲୋଗାନ ଦିଆଯିବା ସହ ଏମଆଇଆର ପ୍ରସଙ୍ଗରେ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତାଫା, ବନ୍ୟା ବିପନ୍ନଙ୍କୁ ସହାୟତା ପ୍ରଦାନ, ପାଠ୍ୟ ପୁସ୍ତକରେ ତ୍ରୁଟି ଓ ଅନିୟମିତତା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତାଫା ତଥା ଏମଏମଡିଆର ଆଇନ ସଂଶୋଧନ ପ୍ରତ୍ୟାହାର ନେଇ ପ୍ରବଳ ଦାବି କରାଯାଇଛି। ଏହି ଆନ୍ଦୋଳନରେ ବରିଷ୍ଠ ସିପିଆଇ ନେତା ଦାମୋଦର ବେହେରା କହିଛନ୍ତି ଯେ’ ସରକାର ଏହି ଦାବି ଗୁଡିକୁ ଶୀଘ୍ର ମାନିନିଅନ୍ତୁ ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ।
