October 6, 2026

ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା ସହଯୋଗରେ ୫୦.ବର୍ଷ ପରେ ଗ୍ରୀଣ୍ଡୋଲା ଗ୍ରାମର ଗରିବ ଲୋକମାନେ ପାଇଲେ ସିଲିଂ ଜମିର ପଟ୍ଟା 

IMG-20261006-WA0118
Share

 

ବରପାଲି – (ସୁଦାମ ଦୀପ) ବରପାଲି ବ୍ଲକ ଅନ୍ତର୍ଗତ ବରମକେଲା ଗ୍ରାମ ପଞ୍ଚାୟତ ଗ୍ରୀଣ୍ଡୋଲା ଗ୍ରାମର ଗରିବ ଆଦିବାସୀ ଦଳିତ ଓ ଓବିସି ବର୍ଗର ଲୋକମାନେ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ବ ହେବ ସରକାରଙ୍କ ଠାରୁ ସିଲିଂ ଜମି ପାଇଥିଲେ ଦଖଲ ବି ମଧ୍ୟ କରି ଆସୁଥିଲେ ହେଲେ ତାଙ୍କୁ ନେଟ୍ ପଟ୍ଟା ନ ମିଳିବାରୁ ଠିକ୍ ହିସାବରେ ଧାନ ବିକ୍ରୀ କରି ପାରୁ ନଥିଲେ ଏବଂ ଧାର ଆଣିଥିବା ସାର ଔଷଧର ଟଙ୍କାକୁ ସୁଝି ପାରୁ ନଥିଲେ ସେଥିପାଇଁ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘକୁ ଲିଖିତ ଭାବରେ ଜଣାଇଥିଲେ ତାପରେ ସଂଘର ପ୍ରତିଷ୍ଠାତା ଶ୍ରୀମାନ୍ ଗୋବର୍ଦ୍ଧନ ଭୋଏଙ୍କ ନିଦ୍ଧେର୍ଶକ୍ରମେ ତାଙ୍କରି ପ୍ରଚେଷ୍ଟାରେ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା ପକ୍ଷରୁ ବରପାଲି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୮.ଦିନଧରି ଆମରଣ ଅନଶନ କରା ଯାଇଥିଲା ବହୁତ ତହସିଲଦାର ପ୍ରତିଶୃତି ଦେଇ ଅନ୍ୟ ତହସିଲକୁ ବଦଲି ଯାଉଥିଲେ ଯେଉଁ ଦିନ ଠାରୁ ବରପାଲି ତହସିଲଦାର ଭାବେ ରୁକ୍ମଣ ମେହେର ଦାୟିତ୍ଵ ନେଲାପରେ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା ସଂଘର ପ୍ରତିଷ୍ଠାତା ଶ୍ରୀମାନ୍ ଗୋବର୍ଦ୍ଧନ ଭୋଏ, ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗୋବିନ୍ଦ ବରିହା , ଜିଲ୍ଲା ସମ୍ପାଦକ ଶ୍ରୀ ତ୍ରିଲୋଚନ ଭୁଏ ଏବଂ ବରପାଲି ବ୍ଲକ ସଭାପତି ଶ୍ରୀ ଧର୍ମରାଜ ସିଂ ବରିହା ବ୍ଲକ ସମ୍ପାଦକ ଶ୍ରୀ ଧନେଶ୍ଵର ସିଂ ତହସିଲଦାରଙ୍କୁ ଭେଟି ସଂଘ ଆଲୋଚନା କରିଥିଲା । ଏଥିପାଇଁ ତହସିଲଦାର ସଂଘର ଅଭିଯୋଗକୁ ଆଖି ଆଗରେ ରଖି ଗ୍ରୀଣ୍ଡୋଲା ଗ୍ରାମରେ ସିଲିଂ ଜମି ପାଇଥିବା ୧୭ ଜଣ ହୀତା ଧିକାରୀମାନଙ୍କୃ ନେଟ୍ ପଟ୍ଟା ପ୍ରଦାନ କଲେ , ଏହି ଅବସରରେ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲାର ଜିଲ୍ଲା ସମ୍ପାଦକ ଶ୍ରୀ ତ୍ରିଲୋଚନ ଭୁଏ , ବରପାଲି ବ୍ଲକ ସଭାପତି ଶ୍ରୀ ଧର୍ମରାଜ ସିଂ ବରିହା , ବ୍ଲକ ମେମ୍ବର ଶ୍ରୀ ରାଜିନ୍ଦ୍ର ବରିହାଙ୍କ ଉପ ସ୍ଥିତିରେ ତହସିଲଦାର ଶ୍ରୀ ରୁକ୍ମଣୀ ମେହେର ହୀତା ଧିକାରୀମାନଙ୍କୁ ସିଲିଂ ଜମିର ନେଟ୍ ପଟ୍ଟା ପ୍ରଦାନ କରିଥିଲେ । ସଂଘର ପ୍ରତିଶୃତିକୁ ରଖି ତହସିଲଦାର ଗରିବ ଲୋକଙ୍କ ମନକୁ ଚିହ୍ନି ଥିବାରୁ, ଜିଲ୍ଲା ସମ୍ପାଦକ ତ୍ରିଲୋଚନ ଭୁଏ ବରପାଲି ତହସିଲଦାର ଏବଂ ତହସିଲର ସମସ୍ତ କର୍ମଚାରୀଙ୍କୁ ବ‌ହୁତ ପ୍ରଶଂସା କରି ଧନ୍ୟବାଦ୍ ଜଣାଉଥିଲେ ।