ଗାନ୍ଧୀପାର୍କରେ ବୃକ୍ଷରୋପଣ ଉତ୍ସବ ଅନୁଷ୍ଠିତ
ଆଜି ପୁରୀ ଗାନ୍ଧୀ ପାର୍କ ଠାରେ ନାବାର୍ଡ ଓ ଟ୍ରେକିଂ କ୍ଲବ ପୁରୀ ର ମିଳିତ ସହଯୋଗ ରେ ସ୍ବଚ୍ଛତା ହିଁ ସେବା ସପ୍ତାହ ଊପଲକ୍ଷେ ଏକ ପେଡ ମାଁ କେ ନାମ କାର୍ଯ୍ୟକ୍ରମ ରେ ଏକ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇ ଯାଇ ଅଛି ଏହି କାର୍ଯ୍ୟକ୍ରମ ରେ ପୁରୀର ପୂର୍ବ ତନ ବିଧାୟକ ଜୟନ୍ତକୁମାର ଷଡଙ୍ଗୀଙ୍କ ଦ୍ବାରା ଉଦ୍ଘାଟିତ ହୋଇ ଥିଲା ଏବଂ ପୁରୀ ଡି ଡି ଏମ ସସ୍ମିତା ପୃଷ୍ଟି ଯୋଗଦାନ କରି ବୃକ୍ଷରୋପଣ କରିଥିଲେ । ଟ୍ରେକିଙ୍ଗ କ୍ଲବ ର ସଂପାଦକ ଶିବ ଶଙ୍କର ପ୍ରଧାନ ସମସ୍ତ ଙ୍କୁ ସ୍ବାଗତ କରିଥିଲେ ଏବଂ ଟ୍ରେକିଙ୍ଗ କ୍ଲବ ର ସମସ୍ତ ସଭ୍ଯ ମାନେ ସହଯୋଗ କରି ଏହି ବୃକ୍ଷରୋପଣ କାର୍ଯ୍ଯକ୍ରମ କୁ ସଫଳ କରିଥିଲେ ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
