October 2, 2026

ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ରେ ବିଶ୍ୱ ବରିଷ୍ଠ ନାଗରିକ ଦିବସରେ ନିଶୁକ୍ଳ ସେବା ପ୍ରଦାନ l

IMG-20261001-WA0070
Share

 

ଆଜି ବିଶ୍ୱ ବରିଷ୍ଠ ନାଗରିକ ଦିବସ । ଏହି ଅବସର ରେ ପୁରୀ ସ୍ଥିତ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ରେ ଅଧକ୍ଷ ପ୍ରଫେସର ବିପିନ ବିହାରୀ ଖୁଣ୍ଟିଆଙ୍କ ଅଧକ୍ଷତାରେ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ପୁରୀ ନିବାସୀ ପାଖାପାଖି ୪୭ଜଣ ବୟସ୍କ ରୋଗୀ ଏହି ଶିବିର ରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ ଓ ନିଶୁଳ୍କ ରେ ଔଷଧ ମଧ୍ୟ ପାଇଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ଡ଼ ବିପିନ ବିହାରୀ ଖୁଣ୍ଟିଆ ଶିବିର ର ଉଦଘାଟନ କରିଥିଲେ। ସ୍ତ୍ରୀ ଓ ପ୍ରସୂତି ବିଭାଗ ର ମୁଖ୍ୟ ପ୍ରଫେସର ଡ଼ ସୁଦେଷ୍ଣା ମେହେର ଏହି ଶିବିର ରେ ଯୋଗଦାନ କରିଥିଲେ। କାୟାଚିକିତ୍ସ ବିଭାଗର ପ୍ରଫେସର ଡାକ୍ତର ସୋନାଲିକା ଜେନା, ଡାକ୍ତର ଭାରତୀଲତା ଆଚାର୍ଯ୍ୟ ଓ ଆୟୁଷ ଡାକ୍ତର ସୂର୍ଯ୍ୟକାନ୍ତ ପୃଷ୍ଟି ଶିବିର ର ପରିଚାଳନା କରିଥିଲେ। ପିଜି ଡକ୍ଟର ମାନେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ବାରେ ଓ ଔଷଧ ବିତରଣ ରେ ସାହାଯ୍ୟ କରିଥିଲେ। ପୁରୀ ନିବାସୀ ଙ୍କୁ ଜଣାଇ ଦିଆ ଯାଉଛି କି, ଜାତୀୟ ଆୟୁଷ ମିଶନ ଦ୍ୱାରା ଜରା ରୋଗ ଓ ଅସ୍ଥି ସନ୍ଧି ରୋଗ ପାଇଁ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ରେ ପ୍ରତି ସପ୍ତାହ ରେ ଦୁଇ ଦିନ (ସୋମବାର ଓ ଗୁରୁବାର) opd ରହୁଛି। ଆପଣ ମାନେ ଏହାର ସୁବିଧା ପ୍ରାପ୍ତ କରନ୍ତୁ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed