October 2, 2026

ଅତାବିରା ଠାରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ

IMG-20261001-WA0071
Share

 

ବରଗଡ, (ସୁରେନ୍ଦ୍ର କଠାର)

 

ବୟସ୍କ ଲୋକଙ୍କ ତ୍ୟାଗ ଓ ଅବଦାନକୁ ମନେ ପକାଇବା,ସେମାନଙ୍କ ସ୍ବାସ୍ଥ୍ୟ,ସୁରକ୍ଷା ଓ ଅଧିକାର ପ୍ରତି ସଚେତନତା କରବା ଏବଂ ସମାଜରେ ସେମାନଙ୍କୁ ସମ୍ମାନ ଓ ଭଲ ପାଇବା ଦେବା ଉଦ୍ଦେଶ୍ୟରେ ଆଜି ଅକ୍ଟୋବର ୧ ତାରିଖ ଦିନ ବରଗଡ ଜିଲା ଅତାବରା ବହୁମୁଖି ଭବନ ଠାରେ ବ୍ଲକ ପ୍ରଶାସନ ତରଫରୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଛି | ବରିଷ୍ଠ ନାଗରିକ ସଂଘର ସଭାପତି ଭରତ ଚନ୍ଦ୍ର ପ୍ରଧାନ କଂ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଅତାବିରା ବିଡିଓ ରିପୁନାଥ ସୁନା,ସମ୍ମାନୀତ ଅତାବିରା ଏନଏସି ଇଓ ନରେନ୍ଦ୍ର ପ୍ରଧାନ,ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରବିନାରାୟଣ ମିଶ୍ର,ଏବିଡିଓ ଗିରିନ୍ଦ୍ର ସାହୁ,ବରିଷ୍ଠ ନାଗରିକ ସଂଘର ସମ୍ପାଦକ ରଘୁନାଥ ବିଶ୍ବାଲ,ସଂଯୋଜକ ନିତ୍ୟାନନ୍ଦ ପ୍ରଧାନ ମଂଚାସୀନ ଥିଲେ |ଏହି ଅବସରରେ ବରିଷ୍ଠ ନାଗରିକ ଦୁର୍ଯ୍ୟୋଧନ ପ୍ରଧାନ,ବେଣୁଧର ମିଶ୍ର,ସୁଷମା ପ୍ରଧାନ,ମଂଗଲୁ ପ୍ରଧାନ,ଗୋବିନ୍ଦ ଚନ୍ଦ୍ର ଶତପଥି ଙ୍କୁ ସମ୍ବର୍ଦ୍ଦିତ କରାଯାଇଥିଲା |ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ମାନେ ନୃତ୍ୟ ଗୀତ ପରିବେଷଣ କରିଥିଲେ |ଶେଷରେ କିଆରାଣୀ ହୁଇ ଧନ୍ୟବାଦ ଅର୍ପଣ କରିଥିଲେ |

You may have missed