ଓଡିଶା ସାହିତ୍ୟଏକାଡେମୀ ଓ ସତ୍ୟନାରାୟଣ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ସାରସ୍ୱତ ଆଲୋଚନା ଚକ୍ର
ତିର୍ତ୍ତୋଲ ତା 30/9/2026 ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ, କନକପୁର ପଞ୍ଚାୟତ ଅଧିନ, ତରାପୁର ସ୍ଥିତ ପ୍ରାଚୀନ ଶକ୍ତିପୀଠ ମା ତରାଦେଇ ଙ୍କ ବିଜେସ୍ଥଳୀ ରେ, ଓଡିଶା ସାହିତ୍ୟଏକାଡେମୀ ଓ ଶ୍ରୀ ଶ୍ରୀ ସତ୍ୟନାରାୟଣ ସାଂସ୍କୃତିକ ପରିଷଦ ମିଳିତ ଆନୁକୂଲ୍ୟରେ ଗତ ତିରିଶତାରିଖ ବୁଧବାର ଦିନ ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଯାଇଛି l ଜଗତସିଂହପୁର ବିକାଶପରିଷଦର ସଭାପତି ଇଂ ଭକ୍ତରଞ୍ଜନ ମହାନ୍ତି ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସାରସ୍ୱତ ଆଲୋଚନାଚକ୍ରରେ, ଶ୍ରୀମଦ ଭାଗବତ ରେ ଅତିବଡ଼ି ଜଗନ୍ନାଥ ଦାସ ଙ୍କ ଭୂମିକା, ଶୀର୍ଷକ ଆଲୋଚନା ର ପ୍ରାରମ୍ଭରେ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା l ସତ୍ୟନାରାୟଣ ସାଂସ୍କୃତିକ ପରିଷଦ ର ସଭାପତି ଧୁନଚନ୍ଦ୍ର ସେନାପତି ସ୍ୱାଗତ ଭାଷଣ ପଦାନ କରିଥିବାବେଳେ, ଓଡିଶା ସାହିତ୍ୟଏକାଡେମୀ ର ଉପସଚିଵ ସଞ୍ଜୟ କୁମାର ଛୁଆଳସିଂହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ, ଅନୁଷ୍ଠାନର କର୍ମକର୍ତ୍ତା ଡଃ ସଚ୍ଚିଦାନନ୍ଦ ବେହେରା ଅତିଥିପରିଚୟ ଓ ମଞ୍ଚ ସଞ୍ଚl ଳନ କରିଥିଲେ l ମୁଖ୍ୟଅତିଥି ଭାବେ ମାଳିକାଗବେଷକ ପ୍ରେମସାଗର ବାବା ଅରକ୍ଷିତ ଦାସ ମହାରାଜ ତାତ୍ୱିକ ଓ ତଥ୍ୟଭିତ୍ତିକ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ, ଅଧ୍ୟାପକ ତଥା ବାଗ୍ମୀ ଉମାକାନ୍ତ ନାୟକ ଓ ସାହିତ୍ୟିକ ଦିଗମ୍ବର ରାଉତ ସମ୍ମାନିତଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଗବତ ରେ ଜଗନ୍ନାଥଦାସ ଭୂମିକା ବିଷୟରେ ସବିଶେଷ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟଅଞ୍ଚଳ ର ଶତାଧିକ ଭଗବତପ୍ରେମୀ ଯୋଗଦେଇଥିବା ବେଳେ, ସମସ୍ତ କାର୍ଯ୍ୟକ୍ରମ କୁ ଶିକ୍ଷକନେତା ଅକ୍ଷୟ କୁମାର ଦାସ, ରାଜକିଶୋର ସେଠି, ଭୀମସେନ ବିଶ୍ୱାଳ, ପ୍ରାକ୍ତନପ୍ରଧାନଶିକ୍ଷକ ସୁଶୀଲ କୁମାର ମହାନ୍ତି, ନରେନ୍ଦ୍ର କୁମାର ନନ୍ଦ, ବିଭୁତିଭୂଷଣ ଦାସ, ଅକ୍ଷୟ କୁମାର ତାରେଣିଆ, ଅଚ୍ୟୁତାନନ୍ଦ ବେହେରା, ପ୍ରହଲ୍ଲାଦ ନାୟକ, ସମରେନ୍ଦ୍ର ସାହୁ, ଗୋପବନ୍ଧୁ କୁଅଁର, ଝୁଲାରାମ ଦାସ, ବ୍ରଜକିଶୋର ମଲ୍ଲିକ ଓ ରମାକାନ୍ତ ରାଉଳ ଙ୍କ ସମେତ ତରାପୁର, ଛତ୍ରମଠ, ମାଲଣ୍ଡ, କେଉଲ ଓ ମହମଦପୁର ଆଦି ଗ୍ରାମବାସୀ ମାନେ ପରିଚାଳନା କରିବାକ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
