October 1, 2026

ମହାଷ୍ଟମୀ ରେ ସାରଳାମନ୍ଦିର ବେଢାଭିତରେ ମଣ୍ଡାଦୋକାନ ସ୍ଥାନାନ୍ତକରଣ କୁ ନେଇ : ସ୍ୱତନ୍ତ୍ର ବୈଠକ

IMG-20260930-WA0060
Share

ତିର୍ତ୍ତୋଲ ତା 30/9/2026 ଦୀର୍ଘ ବର୍ଷ ଧରି ମା ସାରଳା ଠାକୁରାଣୀ ଙ୍କ ମନ୍ଦିରବେଢାରେ ସେବାୟତ ମାନେ ମହାଷ୍ଟମୀ ଦିନ ମଣ୍ଡାଦୋକାନ ଖୋଲି ଯାତ୍ରୀମାନଙ୍କୁ ବିକ୍ରି କରିଆସୁଥିଲେ ମାତ୍ର ସମ୍ପ୍ରତି ଯାତ୍ରୀସଂଖ୍ୟା ଅହେତୁକ ଭାବରେ ବୃଦ୍ଧି ପାଉଥିବାରୁ, ଯାତ୍ରୀ ମାନଙ୍କ ଯାତାୟତ କ୍ଷେତ୍ରରେ ଅସୁବିଧାରସମ୍ମୁଖୀନ ହେବାକୁ ପଡ଼ୁଥିବାରୁ, ଚଳିତବର୍ଷ ମନ୍ଦିରବେଢା ବାହାରେ,ମଣ୍ଡାଦୋକାନ ଖୋଲାଯିବ ବୋଲି ଏହି ବୈଠକ ରେ ପ୍ରଶାସନର ନିଷ୍ପତି କୁ ସର୍ବସମ୍ମତି କ୍ରମେ ଗୃହୀତ କରାଗଲା l ସାରଳା ମନ୍ଦିର ପ୍ରଶାସନ ର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟରଞ୍ଜନ ପରିଜା ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ବୈଠକ ରେ ତିର୍ତ୍ତୋଲ ତହସିଲଦାର ମହେଶ୍ୱର ବେହେରା, ତିର୍ତ୍ତୋଲଥାନା ଏସ ଡି ପି ଓ ଅଜୟ କୁମାର ଦାସ, ଆଇ ଆଇ ସି ବଂଶୀଧର ପ୍ରଧାନ, କନକପୁର ପୋଲିସ ଫାଣ୍ଡି ଅଧିକାରୀ ବିଶ୍ୱଜିତ ଗଡ଼ନାୟକ, ମନ୍ଦିର ଫାଣ୍ଡି ଅଧିକାରୀ ସଞ୍ଜୟ ରାଉତ ଙ୍କ ସହିତ ମାଆଙ୍କ ମୁଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା, ପ୍ରମୋଦ କୁମାର ପୂଜାପଣ୍ଡା, ସୁନୀଲ ମନୋହର ପଣ୍ଡା, ମହେନ୍ଦ୍ର କୁମାର ପଣ୍ଡା, ସତ୍ୟାନନ୍ଦ ନାୟକ, ବିଜୟ କୁମାର ରାଉଳ, ନୃସିଂହ ଚରଣ ନାୟକ, ତ୍ରିଲୋଚନ ରାଉଳ, ଅଜୟ କୁମାର ରାଉଳ, ରଜନୀକାନ୍ତ ରାଉଳ, ବସନ୍ତ କୁମାର ରାଉଳ, ଲିପୁ ରାଉଳ ଓ ରମାକାନ୍ତ ରାଉଳ ପ୍ରମ୍ମୁଖ, ପଣ୍ଡାସେବକ ମାନେ ଉପସ୍ଥିତ ରହି ନିଜନିଜର ମତାମତ ଉପସ୍ଥାପନ କରିଥିଲେ l ଅନ୍ୟତମ ପ୍ରଶାସନିକ ଅଧିକାରୀ ବରଦା ପ୍ରସାଦ ମହାନ୍ତି, ପ୍ରଶାସନିକ ବ୍ୟବସ୍ଥା ଉପରେ ଆଲୋକପାତ କରିଥିବା ବେଳେ, ବରିଷ୍ଠ କିରାଣୀ ଦୀପକ କୁମାର ପଣ୍ଡା ବିବରଣୀ ପାଠ କରିଥିଲେ l ତେବେ ଯାତ୍ରୀମାନଙ୍କ ସୁବିଧାପାଇଁ ମଣ୍ଡାଦୋକାନ ର ସ୍ଥାନାନ୍ତକରଣ ନିଷ୍ପତି କୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର