October 1, 2026

ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ..

IMG-20260930-WA0042
Share

ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ , ବରପାଲି -(ସୁଦାମ ଦୀପ ) ବରଗଡ଼ ଜିଲ୍ଲାର ସଂଯୁକ୍ତ କୃଷକ ସଂଗଠନ, ବରଗଡ଼ ଜିଲ୍ଲା ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅବସରରେ ଆଜି ବୁଧବାର, ୩୦ ସେପ୍ଟେମ୍ବର ୨୦୨୬ ଘେଁସ ଧାନମଣ୍ଡିଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି।

ସଂକଳ୍ପ ପରିବାର, ବରଗଡ଼ ଓ ସହୀଦ ମାଧ ସିଂ ଆଞ୍ଚଳିକ କୃଷକ ସଂଗଠନ, ଘେଁସର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ମୋଟ ୫୫ ଜଣ ରକ୍ତଦାତା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଏଥିରେ ୪ ଜଣ ମହିଳା ରକ୍ତଦାତା ଥିଲେ। ଉଭୟ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ଶିବିରର ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।

ଏଥିରେ ବରଗଡ଼ ଆରକ୍ଷୀ ଅଧୀକ୍ଷକ ରବିନ୍ଦ୍ର କୁମାର ଶତପଥି,ପଦ୍ମଶ୍ରୀ ହଳଧର ନାଗ, ପଦ୍ମଶ୍ରୀ ଭାଗବତ ପଧାନ, ପଦ୍ମଶ୍ରୀ କ୍ରିଷ୍ଣା ପଟେଲ ଓ ବରିଷ୍ଠ ଚାଷୀ ସୁବାସ ସାହୁଙ୍କ ସମେତ ବହୁ ବରଣ୍ୟ ଅତିଥି ଉପସ୍ଥିତ ରହି ଶିବିରର ଅନୁଷ୍ଠାନିକ ଶୁଭାରମ୍ଭ କରିଥିଲେ।

ସଂକଳ୍ପ ପରିବାର ସଭାପତି ବିକାଶ ଅଗ୍ରୱାଲଙ୍କ ତତ୍ତ୍ୱାବଧାନରେ ଶିବିରଟି ପରିଚାଳିତ ହୋଇଥିଲା। ସଂକଳ୍ପ ପରିବାରର ବହୁ ସଦସ୍ୟ ଏଥିରେ ସହଯୋଗ କରିଥିଲେ। ସେହିପରି ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର, ଉପଦେଷ୍ଟା ଉତ୍ପନ୍ନ ଭୋଇ ଓ ଆଇନ ପରାମର୍ଶଦାତା ଅଜିତ ଶତପଥୀଙ୍କ ସମେତ ବହୁ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ।

ନୂଆଁଖାଇ ଭେଟଘାଟ ଭଳି ଏକ ପାରମ୍ପରିକ ସାମାଜିକ ଉତ୍ସବ ଅବସରରେ ରକ୍ତଦାନ ଶିବିର ଆୟୋଜନ କରାଯାଇ ମାନବିକତା ଓ ସାମାଜିକ ଦାୟିତ୍ୱର ବାର୍ତ୍ତା ଦିଆ ଯାଇଥିଲା। ଚାଷୀ ନିଜ ଶ୍ରମରେ ସମାଜ ପାଇଁ ଅନ୍ନ ଉତ୍ପାଦନ କରୁଥିବା ବେଳେ ରକ୍ତଦାତା ରକ୍ତଦାନ ମାଧ୍ୟମରେ ଆବଶ୍ୟକତାପୂର୍ଣ୍ଣ ରୋଗୀଙ୍କ ଜୀବନ ରକ୍ଷାରେ ସହଯୋଗ କରିଥାନ୍ତି। ଏହି ଭାବନାରେ ନୂଆଁଖାଇ ଭେଟଘାଟ ମାନବିକତାର ଏକ ମିଳନରେ ପରିଣତ ହୋଇଥିଲା।