September 28, 2026

ଗେଡ଼ମାରେ ନନ୍ଦିପଦା ଥାନା ଆମ ପୋଲିସ ସମିତି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ..

IMG-20260928-WA0061
Share

 

ହାଟଡିହି ତା ୨୮/ ୯(ମନମୋହନ ନାୟକ) : ଗେଡ଼ମା ହାଇସ୍କୁଲ ପରିସରରେ ନନ୍ଦିପଦା ଥାନା ଆମ ପୁଲିସ ସମିତି ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଥାନା ଆଇଆଇସି ଧର୍ମେନ୍ଦ୍ର ଶାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗେଡ଼ମା ପଞ୍ଚାୟତର ସରପଞ୍ଚ ଶିଲାରାଣୀ କାଣ୍ଡି, ଆମ ପୁଲିସ ସମିତି ସଦସ୍ୟ ସୁଧାଂଶୁ ଦକ୍ଷିଣରାୟ, ବୀରେନ୍ଦ୍ର କୁମାର ବିଶ୍ଵାଳ, ବାଳକୃଷ୍ଣ ନାୟକ, ସମାଜସେବୀ ସୁରେନ୍ଦ୍ର କାଣ୍ଡି, ପୂର୍ବତନ ସରପଞ୍ଚ ଆନନ୍ଦ ଚନ୍ଦ୍ର ମହାନ୍ତି, ଦୟାନିଧି ଦାଶ, ଘନଶ୍ୟାମ ଦାସ, ପ୍ରମୁଖ ଯୋଗଦେଇଥିଲେ। ବର୍ତମାନ ସମୟରେ ଘଟୁଥିବା ସାଇବର ଠକେଇ, ବ୍ୟାଙ୍କ ଠକେଇ, ନାରୀ ନିର୍ଯ୍ୟାତନା, ବାଲ୍ୟ ବିବାହ, ନା ବାଳିକା ନିଖୋଜ ଆଦି ବିଷୟରେ ଆଇଆଇସି ଲୋକଙ୍କୁ ସଚେତନ କରାଇଥିଲେ। ବିଶେଷକରି କୌଣସି ଅଜଣା ଲୋକଙ୍କ ସହିତ ଫୋନରେ କଥା ନ ହେବା, କାହାକୁ ଓଟିପି ସେୟାର ନ କରିବା, ଅନ୍ୟ ଲୋକଙ୍କୁ ନିଜ ବ୍ୟାଙ୍କ ଏକାଉଣ୍ଟ ନ ଦେବା, ୧୮ବର୍ଷରୁ କାମ ବୟସର ପିଲାମାନଙ୍କୁ ବାଇକ ଚଲାଇବାକୁ ନଦେବା, ବିନା ହେଲମେଟରେ ବାଇକ ନ ଚଳାଇବା, ନିଜ ନିଜ ଛୁଆ ପିଲାଙ୍କ ଉପରେ ନଜର ରଖିବା, ବରିଷ୍ଠ ନାଗରିକଙ୍କୁ ଉପଯୁକ୍ତ ସୁରକ୍ଷା ଓ ସମ୍ମାନ ଯୋଗାଇ ଦେବା ଆଦି ବିଷୟରେ ଅବଗତ କରାଯାଇ ଥିଲା। ଆମ ପୁଲିସ ସଦସ୍ୟ ମାନେ ମଧ୍ୟ ନିଜ ନିଜ ବକ୍ତବ୍ୟରେ ଲୋକଙ୍କୁ ସଚେତନ କରାଇଥିଲେ। ବିଶେଷ କରି ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ ବ୍ୟବସ୍ଥା କଡାକଡ଼ି କରିବାକୁ ଅଞ୍ଚଳବାସୀ ଦାବି କରିଥିଲେ। ଏଥିରେ ଶତାଧିକ ଗ୍ରାମବାସୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ସାମିଲ ହୋଇଥିଲେ। ଆଗାମୀ ଦିନ ମାନଙ୍କରେ ଥାନା ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ଏହିପରି ସଚେତନତା କାର୍ଯ୍ୟକ୍ରମ ମାନ ଆୟୋଜନ କରିବାକୁ ନିଷ୍ପତି ହୋଇଥିଲା।

You may have missed