September 28, 2026

ସେବା ସଂକଳ୍ପ’ ସହ ଜନଶୁଣାଣି: ବଅଁରପାଳରେ ଲୋକଙ୍କ ସମସ୍ୟା ଶୁଣିଲା ପ୍ରଶାସନ

IMG-20260928-WA0034
Share

 

ବଅଁରପାଳ: ବଅଁରପାଳ ପଞ୍ଚାୟତ ସମିତି ସଭାଘରଠାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ, ଅନୁଗୋଳ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ସରକାରୀ ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ।

ଏହି ଜନଶୁଣାଣିରେ ମୋଟ ୩୬ଟି ଅଭିଯୋଗ ଶୁଣାଣି କରାଯାଇଥିବା ବେଳେ ସେଥିମଧ୍ୟରୁ ଗୋଟିଏ ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକର ଆବଶ୍ୟକୀୟ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହାସହ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ‘ସେବା ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ୍ ଖୋଲାଯାଇଥିଲା। ଏହି ଷ୍ଟଲ୍ ମାଧ୍ୟମରେ ସାଧାରଣ ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନା, ସେବା ଓ ସୁବିଧା ସମ୍ପର୍କରେ ସଚେତନ କରାଯାଇଥିଲା।