ରାଜବୋଡ଼ସମ୍ବର ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଠିତ l
ପଦ୍ମପୁର : (ଜୟନ୍ତ କୁମାର ସେଠ ) ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ର ଭେଉଁରିଆ ପଞ୍ଚାୟତ, ବରିକେଲ ପଞ୍ଚାୟତ, ଲୁହର ପାଳି ପଞ୍ଚାୟତ ରେ ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଭେଉଁରିଆ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ଚୈତନ୍ୟ ଲୋହାର, ପିଇଓ ଶ୍ରୀଯୁକ୍ତ କୁନୁ ସେଠ, GPDO ପୀତବାଶ ଯାନୀ, ଓମପ୍ରକାଶ ସାହୁ, ଶ୍ରୀମତୀ ଝରଣା ଲୁହର (ସରପଞ୍ଚ ଲୁହାରପାଲି) ଦିନେଶ କୁମାର ସେଠ(ସରପଞ୍ଚ ବରିକେଲ) ଜେମାବତୀ ମେହେର(ପିଇଓ ଲୁହାରପାଲି ପଞ୍ଚାୟତ)ଜି. ଆର. ଏସ ବିଦ୍ୟାବନ୍ତ ହରିପାଳ, ଝୁମି ଭୋଇ, ଟଙ୍କଧର ନାୟକ ଏବଂ ବିଭିନ୍ନ ଏସ. ଏଚ. ଜି , ମିଶନ ଶକ୍ତି ଗୋଷ୍ଠୀ ର ମହିଳା ମାନେ ଯୋଗଦେଇ ବୃକ୍ଷ ରୋପଣ କାର୍ଯକ୍ରମ କୁ ସଫଳ କରିଥିଲେ l ଶେଷରେ ଅଧିକାରୀ ମାନେ ପରିବେଶ ସଚେତନତା ଉପର ଲୋକଙ୍କୁ ବୁଝାଇଥିଲେ l
