September 26, 2026

ବୋଲଗଡ଼ରେ ଲଗାଣ ବର୍ଷାରେ ଘର ଭାଙ୍ଗିଲା, ବିପନ୍ନଙ୍କ ପାଖରେ ପ୍ରଶାସନ

IMG-20260926-WA0001
Share

 

ଖୋର୍ଦ୍ଧା-( ପ୍ରିୟଙ୍କା ମହାପାତ୍ର)

ଲଗାଣ ବର୍ଷା ଯୋଗୁଁ ବୋଲଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳରେ କିଛି ଘର ଭାଙ୍ଗିଥିବା ବେଳେ ଅନେକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏଭଳି ସ୍ଥିତିରେ ବିପନ୍ନଙ୍କ ନିକଟରେ ପହଞ୍ଚି ସହାୟତାର ହାତ ବଢ଼ାଇଛନ୍ତି ବୋଲଗଡ଼ ତହସିଲଦାର ବିଜୟ କୁମାର ସେଠୀ।ଦିନସାରା ବିଭିନ୍ନ ଅଞ୍ଚଳ ବୁଲି କ୍ଷତିଗ୍ରସ୍ତ ଲୋକଙ୍କ ଘରେ ପହଞ୍ଚି ଜରିପାଲ ଓ ପଲିଥିନ ଯୋଗାଇବା ସହ ଆବଶ୍ୟକ ସହାୟତା ଓ ଥଇଥାନ ବ୍ୟବସ୍ଥା କରିଛନ୍ତି। ସନ୍ଧ୍ୟାରେ ଜଣେ ଦମ୍ପତି ସ୍କୁଲ ବାରଣ୍ଡାରେ ଆଶ୍ରୟ ନେଇଥିବା ଖବର ପାଇ ତହସିଲଦାର ତୁରନ୍ତ ସେଠାରେ ପହଞ୍ଚିଥିଲେ। ଦମ୍ପତିଙ୍କୁ ସ୍କୁଲ ଘରେ ରହିବାର ବ୍ୟବସ୍ଥା କରିବା ସହ ଖାଦ୍ୟ ମଧ୍ୟ ପ୍ରଦାନ କରିଥିଲେ।

ବର୍ଷାଜନିତ ସମସ୍ୟାକୁ ନେଇ ଦିନରାତି ଆଲର୍ଟ ରହି ବିପନ୍ନଙ୍କ ନିକଟରେ ପ୍ରଶାସନିକ ସହାୟତା ପହଞ୍ଚାଇଥିବାରୁ ବୋଲଗଡ଼ ଅଞ୍ଚଳବାସୀ, ବୁଦ୍ଧିଜୀବୀ ଓ ସମାଜସେବୀମାନେ ତହସିଲଦାର ବିଜୟ କୁମାର ସେଠୀଙ୍କୁ କୃତଜ୍ଞତା ଜଣାଇବା ସହ ସାଧୁବାଦ ଦେଇଛନ୍ତି। ଏଭଳି ସମୟରେ ଲୋକଙ୍କ ପାଖରେ ରହି ସହାୟତା କରୁଥିବା ଅଧିକାରୀଙ୍କୁ ପାଇ ବୋଲଗଡ଼ବାସୀ ଗର୍ବିତ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।