September 26, 2026

ଚତୁର୍ଥ ପର୍ଯ୍ୟାୟ ମଣ୍ଡଳ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

IMG-20260926-WA0000
Share

 

 

ବୋଲଗଡ଼, (ଉପାନ୍ତ ଖବର ମାନସ ରଞ୍ଜନ କର)ତା 25/09: ବୋଲଗଡ଼ ମଣ୍ଡଳରେ ଚତୁର୍ଥ ପର୍ଯ୍ୟାୟରେ କ୍ରୀଡା ସମ୍ପାଦକ ଅଭିଷେକ ମହାନ୍ତିଙ୍କ ତତ୍ୱାବଧାନରେ ପିଏମ ଶ୍ରୀ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ଦିନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି.4ଟି ଜୋନରେ ମଣ୍ଡଳ ସ୍ତରକୁ ଉନ୍ନୀତ ହୋଇଥିବା 17 ବର୍ଷରୁ କମ

ଓ 14 ବର୍ଷରୁ କମ ଉଭୟ ବାଳକ ଓ ବାଳିକା କ୍ରୀଡା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ. ବାଳକ ବିଭାଗ ଲମ୍ବାଡ଼ିଆଁ ଭାଗବତ ପ୍ରସାଦ ପାଣ୍ଡେ ଓ ଅଂଶୁମାନ ଧଳ, ଉଚ୍ଚ ଡ଼ିଆଁ ମାନସ ବେହେରା ଓ ସୌଦାମିନି ବେହେରା,ଡିସ୍କସ ଥ୍ରୋ କାଇରା ନାୟକ ଓ ପ୍ରଦୀପ୍ତ ସେଠୀ,ସଟପୁଟ ଥ୍ରୋ ଦୈତାରି ଦିଗଲ ଓ ଦେବାଶିଷ ସାମଲ, ଦୌଡ଼ ସତ୍ୟବ୍ରତ ନାୟକ ଓ ସୁଶାନ୍ତ ପାଇକରାୟ ପରିଚାଳନା

କରିଥିଲେ.ବାଳିକା ବିଭାଗ ପ୍ରତିଯୋଗିତାଗୁଡିକୁ ରାଣୀ ସାହୁ,

କଳ୍ପନା ବଳୀୟାରସିଂହ ଏବଂ ବାମନ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ.ବୋଲଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରୋହିତ୍ୟ ଓ ରାନୁମା ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଗଣିଆସ୍ଥିତ ଅଧିକାର ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ

କର୍ପୁର ସାହୁ ମୁଖ୍ୟ ଅତିଥି, ବୋଲଗଡ଼ ଶୈକ୍ଷିକ ଉନ୍ନୟନ ପରିଷଦର ଉପଦେଷ୍ଟା ପଦ୍ମ ଚରଣ ବେହେରା ମୁଖ୍ୟ ବକ୍ତା,ବାମନ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପୀତାବାସ ଲେଙ୍କା, ମାଣିକାଗୋଡ଼ାସ୍ଥିତ ଗଦାଧର ବାଞ୍ଛାନିଧି ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସାମନ୍ତ ମାଝି,କ୍ରୀଡା କମିଟିର ଉପଦେଷ୍ଟା

ଜୟରାମ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କ୍ରୀଡାର ଉପାଦେୟତା ସମ୍ପର୍କରେ ଆଲୋକପାତ କରିବା ପରେ ଜିଲ୍ଲା ପାଇଁ

ଉନ୍ନୀତ 22 ଜଣ କୃତୀ ପ୍ରତିଯୋଗୀଙ୍କୁ ଟ୍ରଫି ପ୍ରଦାନ କରି

ପୁରସ୍କୃତ କରିଥିଲେ.