ବିଦ୍ୟାଳୟ ରେ ପାଳନ ହେଲା ଶିକ୍ଷୟତ୍ରୀ ଙ୍କ ଦ୍ୱାଦଶାହ ନିଆରା ପରମ୍ପରା ସୃଷ୍ଟିକଲେ ବିଦ୍ୟାଳୟ କର୍ମକର୍ତ୍ତା ଭୁଦ୍ଧିଜୀବୀ ମହଲ ରେ ପ୍ରଂଶସା ର ସୁଅ
ଖୋର୍ଦ୍ଧା – ( ପ୍ରିୟଙ୍କା ମହାପାତ୍ର) ବେଗୁନିଆ ବ୍ଲକ ପୋଡାଡ଼ିହ ସ୍ଥିତ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଭାରତୀୟ ବିଦ୍ୟା ନିକେତନ ରେ ପାଳିତ ହୋଇ ଯାଇଛି ପ୍ରଧାନ ଆଚାର୍ଯ୍ୟା ସ୍ବର୍ଗତଃ ସୁଷମା ମହାପାତ୍ର ଙ୍କ ଦ୍ୱାଦଶାହ।ବିଦ୍ୟାଳୟ ର ପ୍ରତିଷ୍ଠା ୨୦୦୭ ମସିହାରେ ହୋଇଥିଲା ସେବେଠାରୁ ନିଷ୍ଠାପର ଭାବେ କାର୍ଯ୍ୟ କରି ଶିକ୍ଷା କ୍ଷେତ୍ର ରେ ବିଦ୍ୟାଳୟ କୁ ସଫଳତା ର ଶୀର୍ଷରେ ପହଞ୍ଚାଇ ଥିବା ଶ୍ରୀମତୀ ମହାପାତ୍ର ଫୁସଫୁସ ସଂକ୍ରମଣ ହେତୁ ଶ୍ୱାସ କ୍ରିୟା ଜନିତ ସମସ୍ୟା ରେ ଦୁଇବର୍ଷ ପୀଡିତ ହୋଇ ଗତ ୧୦ ତାରିଖରେ ଇହଲୀଳା ତ୍ୟାଗ କରିଥିଲେ। ତାଙ୍କ ଅମର ଆତ୍ମା ର ସଦଗତି ଓ ସ୍ମୃତି ଉଦେଶ୍ୟରେ କର୍ମକ୍ଷେତ୍ର ଭାରତୀୟ ବିଦ୍ୟାନିକେତନର ପ୍ରତିଷ୍ଠାତା ସମ୍ପାଦକ ଶୁଭକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତା ରେ ବର୍ତ୍ତମାନର ପ୍ରଧାନ ଆଚାର୍ଯ୍ୟା ସୁକାନ୍ତି ଜେନା ଙ୍କ ସଂଯୋଜନା କ୍ରମେ ବିଦ୍ୟାଳୟର ସମସ୍ତ ଗୁରୁମା ମାନଙ୍କ ସହଯୋଗ ଭିତ୍ତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।
ତାଙ୍କ ଫୋଟୋ ଚିତ୍ରରେ ସମସ୍ତ କର୍ମଚାରୀ ସମେତ ଶିଶୁ ଭାଇ ଭଉଣୀ ମାନେ ସମୂହ ଶ୍ରଦ୍ଧାସୁମନ ଅର୍ପଣ କରି ମହାନ୍ ଅମର ଆତ୍ମାଙ୍କ ସଦଗତି ନିମନ୍ତେ ମହାପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ।ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ବିଦ୍ୟାନିକେତର ସମ୍ପାଦକ ଶ୍ରୀ ମହାପାତ୍ର ଙ୍କ ସମେତ ସମସ୍ତ ଗୁରୁମା, ଛାତ୍ର ଛାତ୍ରୀ ତାଙ୍କର ସ୍ମୃତି ଚାରଣ କରିଥିଲେ। ପରେ ପରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ ପକ୍ଷ ରୁ ଜଳପାନ ବ୍ୟବସ୍ଥା କରାଯାଇଥିଲା। ଏଭଳି ଏକ ମହତ୍ ଉଦ୍ଦେଶ୍ୟ ରଖି ବିଦ୍ୟାଳୟରେ ଅନୁଷ୍ଟିତ ହୋଇଥିବା ସ୍ୱର୍ଗତା ପ୍ରଧାନ ଆଚର୍ଯ୍ୟାଙ୍କ ଆତ୍ମାର ସଦଗତି ନିମନ୍ତେ ଅନନ୍ୟ ଭାବେ ଶ୍ରଦ୍ଧାଞ୍ଜଳି ସଭାକୁ ବୁଦ୍ଧିଜୀବୀ ଓ ଅଭିଭାବକ ମହଲରେ ପ୍ରଶଂସାର କେନ୍ଦ୍ରବିନ୍ଦୁ ପାଲଟିଛି । ପୋଡ଼ାଡିହ ବିଦ୍ୟା ନିକେତନର ଏଭଳି ନିଆରା କାର୍ଯ୍ୟକ୍ରମ ଆୟୋଜନ ସମାଜକୁ ଏକ ନୂତନ ବାର୍ତ୍ତା ପ୍ରଦାନ କରିଥିବା ବେଳେ ଗୁରୁ ଓ ଶିଷ୍ୟ ପରମ୍ପରାର ଏକ ନୂତନ ଦିଗଦର୍ଶନ ଦେଇଥିଲା।
