ପ୍ରୟାସ ପରିବାର ପକ୍ଷରୁ ଷଷ୍ଠ ବାର୍ଷିକ ନୂଆଁଖାଇ ଭେଟ୍ଘାଟ୍ ଅନୁଷ୍ଠିତ..
ସମ୍ବଲପୁର/ ତାରିଖ 23/09/26
ପ୍ରୟାସ ପରିବାର, ସମ୍ବଲପୁର ପକ୍ଷରୁ ଷଷ୍ଠ ବର୍ଷର ‘ନୂଆଁଖାଇ ଜୁହାର୍ ଭେଟ୍ ୨୦୨୬’ କାର୍ଯ୍ୟକ୍ରମ ଅତ୍ୟନ୍ତ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ପୂର୍ବତନ ବିଧାୟକ ରୋହିତ ପୂଜାରୀ, ଜିଲ୍ଲା ବିଜେପି ସଭାପତି ରାମଚନ୍ଦ୍ର ମେହେର, ସମାଜସେବୀ ସନ୍ଦିପ ପଟ୍ଟନାୟକ ଏବଂ ପୂର୍ବ ଉପନଗରପାଳ ସିଦ୍ଧାର୍ଥ ସାହା ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିଥିଲେ।
ବିଭିନ୍ନ କ୍ଷେତ୍ରର ପ୍ରତିଭାଙ୍କୁ ‘ପ୍ରୟାସ ସମ୍ମାନ’ ସମାଜର ଭିନ୍ନ ଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଏହି ଅବସରରେ କୃତି ବ୍ୟକ୍ତିବିଶେଷଙ୍କୁ ‘ପ୍ରୟାସ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। କୃଷି କ୍ଷେତ୍ରରେ ବ୍ୟୋମକେଶ ସାହୁ, ଚିକିତ୍ସା କ୍ଷେତ୍ରରେ ଡାକ୍ତର ଲଳିତ ପ୍ରଧାନ, ସମ୍ବଲପୁରୀ କ୍ୟାସେଟ ଜଗତର କଳାକାର ‘ଜୁଲିଆ’ ରଜନିକାନ୍ତ ଲୁହା ଏବଂ ମାଟିର କଳା ସଂରକ୍ଷଣ ପାଇଁ ରଜତ ପାଣିଗ୍ରାହୀଙ୍କୁ ସମ୍ମାନିତ କରାଯାଇଛି।
ସାଂସ୍କୃତିକ ସନ୍ଧ୍ୟାରେ ଝୁମିଲେ ଦର୍ଶକ କାର୍ଯ୍ୟକ୍ରମରେ ଆୟୋଜିତ ସାଂସ୍କୃତିକ ସନ୍ଧ୍ୟାରେ କଣ୍ଠଶିଳ୍ପୀ ଭୁବନ ମହାନନ୍ଦ, ସ୍ଵାଗତିକା ତ୍ରିପାଠୀ, ରାହୁଲ କୁମାର, ସୁପର୍ଣା ଛତ୍ରପାଲ ଓ ରାଜକୁମାର ଜାଲଙ୍କ ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ ବିମୋହିତ କରିଥିଲା।
ସଫଳ ଆୟୋଜନ ଓ ସହଯୋଗ ପ୍ରୟାସ ପରିବାରର ସଭାପତି ସ୍ଵୟଂଜିତ ପଟ୍ଟନାୟକ ଓ ସହସଂଯୋଜକ ଭାସ୍କର ଭଟ୍ଟାଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିବା ବେଳେ ସମ୍ପାଦକ ରାଜକୁମାର ଜାଲ ଧନ୍ୟବାଦ ଅର୍ପଣ କରିଥିଲେ l
ସୂର୍ଯ୍ୟ ପାଣିଗ୍ରାହୀ, ସମ୍ବଲପୁର
