September 24, 2026

ସ୍ୱାମୀ ବିବେକାନନ୍ଦ ଶିକ୍ଷାଶ୍ରମରେ ବ୍ଲକସ୍ତରୀୟ ଗୀତା ଶ୍ଲୋକ ଆବୃତ୍ତି ପ୍ରତିଯୋଗିତା

IMG-20260922-WA0104
Share

ବାରିପଦା:(ସଂଜୀବ କୁମାର ରଣଜିତ):-୨୨/୦୯/୨୬

ବାରିପଦା ସିରିଷବାଣୀ ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷାଶ୍ରମ ପରିସରରେ ବ୍ଲକସ୍ତରୀୟ ଗୀତା ଶ୍ଲୋକ ଆବୃତ୍ତି ପ୍ରତିଯୋଗିତା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୬୪ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବାବେଳେ ୫ଟି ବିଦ୍ୟାଳୟ ଯୋଗଦେଇଥିଲେ। ଅନୁଷ୍ଠାନରେ ଡଃ ପୁଷ୍ପା ପାତ୍ର, ପୂର୍ବତନ ଅଧ୍ୟକ୍ଷା, ଏଲ୍.କେ. ଡିଗ୍ରୀ କଲେଜ, ବାଙ୍ଗିରିପୋଷି; ଡଃ ପ୍ରୀତିଶୁଦ୍ଧ| ତ୍ରିପାଠୀ, ଅବସରପ୍ରାପ୍ତ CDPO, ମୟୂରଭଞ୍ଜ; ଏବଂ ଶ୍ରୀ ସୁରେଶ ପାଣିଗ୍ରାହୀ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।ବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସନ୍ଦୀପ କୁମାର ବେହେରା ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ। ବିଦ୍ୟାଳୟର ଶିକ୍ଷକ ଶ୍ରୀ ଈଶ୍ୱର ଚନ୍ଦ୍ର ସାହୁ ଓ ଶିକ୍ଷୟିତ୍ରୀ ସୁନେନା ସାଓ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।ପ୍ରତିଯୋଗିତାରେ ତିନୋଟି ଗ୍ରୁପ୍‌ରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। **ଗ୍ରୁପ୍ ‘A’**ରେ ପ୍ରଥମ ସ୍ଥାନ ପ୍ରଜ୍ଞାନ ପି. ମହାନ୍ତ, ଦ୍ୱିତୀୟ ପ୍ରିୟଙ୍କା ମାର୍ଣ୍ଡି ଏବଂ ତୃତୀୟ ଶୁଭସ୍ମିତା ମହାନ୍ତ ହାସଲ କରିଥିଲେ।

**ଗ୍ରୁପ୍ ‘B’**ରେ ପ୍ରଥମ ସ୍ଥାନ ଲୋପାମୁଦ୍ରା ସିଂହ, ଦ୍ୱିତୀୟ ସ୍ଥାନ ପୂଜା ସିଂହ (ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଗୁଣ୍ଡିହୁଡ଼ି) ଏବଂ ତୃତୀୟ ସ୍ଥାନ ହିମାଙ୍ଗିନୀ ହେମ୍ବ୍ରମ୍ ହାସଲ କରିଥିଲେ।ସେହିପରି **ଗ୍ରୁପ୍ ‘C’**ରେ ପ୍ରଥମ ସ୍ଥାନ ସ୍ନିଗ୍ଧା ପି. ମାର୍ଣ୍ଡି, ଦ୍ୱିତୀୟ ସ୍ଥାନ ଜସ୍ମିନ ବେହେରା (ଏଲ୍.ଏମ୍.ପି. ସରକାରୀ ଉଚ୍ଚ ବିଦ୍ୟାଳୟ, ଧନପୁର) ଏବଂ ତୃତୀୟ ସ୍ଥାନ ଅନୁଷ୍କା ସେନାପତି ଅଧିକାର କରିଥିଲେ।ଅନୁଷ୍ଠାନର ଜିଲ୍ଲା ସଂଯୋଜିକା ତଥା ସ୍ୱାମୀ ବିବେକାନନ୍ଦ ଶିକ୍ଷାଶ୍ରମର ଅଧ୍ୟକ୍ଷା ଡଃ ବୀଣାପାଣି ଦାଶଙ୍କ ମାର୍ଗଦର୍ଶନରେ ପ୍ରତିଯୋଗିତା ଟି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ଗୀତାର ମହାନ ଶିକ୍ଷା, ନୈତିକ ମୂଲ୍ୟବୋଧ ଓ ଆଧ୍ୟାତ୍ମିକ ଚେତନାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରସାର କରିବାରେ ଏଭଳି ପ୍ରତିଯୋଗିତାର ଗୁରୁତ୍ୱ ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।