ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରି ବନ୍ଧାହେଲେ ମହିଳା….
ତିର୍ତୋଲ , ୨୦/୦୯
( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାସଲପୁର ଗ୍ରାମର ଏକ ବିଦ୍ୟାଳୟ ପରିସର ମଧ୍ୟରେ ୧୩ ବର୍ଷୀୟ ନାବାଳକଙ୍କୁ ମାଡ଼ ମାରିବା ଅଭିଯୋଗରେ ତିର୍ତୋଲ ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି । ପୁଲିସ ସୂଚନା ଅନୁଯାୟୀ, ଅଭିଯୋଗକାରିଣୀ ରାସଲପୁର ଗ୍ରାମର ରହିମ ଖାତୁନଙ୍କ ଲିଖିତ ଅଭିଯୋଗ ଆଧାରରେ ୦୯/୦୯/୨୦୨୬ ତାରିଖରେ ତିର୍ତ୍ତୋଲ ଥାନାରେ ଏକ କେସ୍ ନଂ-୪୧୧/୨୦୨୬ରେ ରୁଜୁ ହୋଇଥିଲା । ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତା (BNS) ଧାରା ୧୧୫(୨)/୩୫୧(୨) ସହ ଜୁଭେନାଇଲ୍ ଜଷ୍ଟିସ୍ (JJ) ଆଇନର ଧାରା ୭୫ ଲାଗୁ କରାଯାଇଥିଲା ।
ଘଟଣା ସମ୍ପର୍କରେ ଅଭିଯୋଗ ଟି ରୁଜୁ ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଆଜି ଏହି ମାମଲାରେ ଅଭିଯୁକ୍ତା ଅନୱାରୀ ବେଗମ୍, ସ୍ୱାମୀ–ଆରିଫ୍ ଉଦ୍ଦିନ୍, ରସଲପୁର ଗ୍ରାମର ବାସିନ୍ଦାଙ୍କୁ ପୁଲିସ ଗିରଫ କରିଛି । ଗିରଫ ପରେ ଅଭିଯୁକ୍ତାଙ୍କୁ ଆଇନ ଅନୁଯାୟୀ ମାନ୍ୟ ବର ଅଦାଲତରେ ହାଜର କରା ଯାଇଛି । ଘଟଣାର ପରବର୍ତ୍ତୀ ତଦନ୍ତ ତିର୍ତ୍ତୋଲ ପୁଲିସ ପକ୍ଷରୁ ଜାରି ରହିଛି ।
