September 18, 2026

ଖାଦ୍ୟରମାନ ଯାଂଚ କଲେ ବିଭାଗୀୟ ଅଧିକାରୀ

IMG-20260918-WA0005
Share

ତାଳଚେର, : ତାଳଚେର ପ୍ରସିଦ୍ଧ ଗଣେଶପୂଜା ଅବସରରେ ଆଜି ଖାଦ୍ୟ ସୁରକ୍ଷା ଟିମ ପକ୍ଷରୁ ତାଳଚେର କଲେଜ ପଡ଼ିଆ ଠାରୁ ଆରମ୍ଭକରି ନିକଟବର୍ତି ପାଶ୍ୱର୍ରେ ଥିବା ଦୋକାନ ଗୁଡ଼ିକରେ ଖାଦ୍ୟମାନ ଯାଂଚ କରାଯାଇଥିଲା । ଏହାକୁ ନେଇ ଲାଭଖୋର ମନୋଭାବ ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଛି । ତାଳଚେର ପ୍ରସିଦ୍ଧ ଗଣେଶପୂଜା ପାଇଁ ଜିଲ୍ଳା ତଥା ଜିଲ୍ଳା ବାହାରୁ ବ୍ୟାସାୟୀ ଏଠାକୁ ଆସି ବହୁ ଖାଦ୍ୟ ସାମଗ୍ରୀ ବିକ୍ରୟ କରିଥାନ୍ତି । ଫାଷ୍ଟଫୁଡ଼୍‌, ଚାର୍ଟ, ଗୁପଚୁପ୍‌, ମଥୁରାକେକ, କାଶ୍ମୀରଲଙ୍କା ଓ ବିଭିନ୍ନ କିସମର ଖାଦ୍ୟସାମଗ୍ରୀ ପ୍ରସ୍ତୁତ କରି ଗ୍ରାହକମାନଙ୍କୁ ପରଷି ଦେଇ ବେଶ ଭଲ ଦିପଇସା ରୋଜଗାର କରିଥାନ୍ତି ଓ ଏହି ରଙ୍ଗବେରଙ୍ଗ ଖାଦ୍ୟ ଦେଖି ଲୋକଙ୍କ ମନକୁ ଛୁଇଁଥାଏ । ତେବେ ଏହି ଖାଦ୍ୟରେ ବିଭିନ୍ନ ରାସାୟନିକ ପଦାର୍ଥ ମିଶୁଥିବାରୁ ଏହା ନିଶ୍ଚିତ ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଆଜି ଅନୁଗୋଳ ଜିଲ୍ଳାର ଖାଦ୍ୟସୁରକ୍ଷା ବିଭାଗର ହରପ୍ରିୟା ବେହେରାଙ୍କ ନେତୃତ୍ୱରେ ଏକ ଟିମ ଆଜି ଖାଦ୍ୟଯାଂଚ କରିବା ସହ ଅମାନିଆ ଦୋକାନୀଙ୍କ ଠାରୁ ୨ହଜାର ଟଙ୍କା ଜୋରିମନା ଆଦାୟ କରିବା ସହ ବାସୀଖାଦ୍ୟକୁ ଫୋପାଡ଼ି ଦେଇଥିଲେ ଏବଂ ଅପମିଶ୍ରଣକୁ ନେଇ ତାଗିଦ ମଧ୍ୟ କରିଥିଲେ । ତେବେ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ହୋଇଥିଲେ ମଧ୍ୟ ଆଗକୁ ପୂଜାମାହୋଲ ଯୋଗୁଁ ଦିନକୁ ଦିନ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଥିବା ବେଳେ ଅସ୍ଥାୟୀ ଫାଷ୍ଟଫୁଡ଼୍ ଦୋକାନୀମାନେ ଖାଦ୍ୟପଦାର୍ଥକୁ ଆହୁରି ସୁସ୍ୱାଦୁ କରିବା ନେଇ ବାସୀଖାଦ୍ୟ ସହିତ ଅପମିଶ୍ରଣ ଓ ରାସାୟନିକ ପଦାର୍ଥ ମିଶ୍ରଣ କରିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ l