September 18, 2026

ବ୍ଲକ ସ୍ତରୀୟ ବିଦ୍ଯାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ 

IMG-20260917-WA0113
Share

 

ବୁଗୁଡା : ତା ୧୭/୦୯/୨୬ : ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ପକ୍ଷରୁ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମରେ ବ୍ଲକ ସ୍ତରୀୟ ବିଦ୍ଯାଳୟ ସମୂହ କ୍ରୀଡା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏବିଇଓ କୃଷ୍ଣଚନ୍ଦ୍ର ବେହେରାଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ କ୍ରୀଡା ପତାକା ଉତ୍ତୋଳନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପିପୁଲ୍ସ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶଙ୍କର ଦାସ, ବ୍ଲକ ବିଧାୟକ ପ୍ରତିନିଧି ହରିକୃଷ୍ଣ ସାହୁ, ବିଜେପି ନଗର ସଭାପତି କେଦାର ମହାରଣା ପ୍ରମୁଖ ଯୋଗ ଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ ସମୂହ କ୍ରୀଡା ପ୍ରତିଯୋଗିତାରେ ବୁଗୁଡା, ବାଲିପଦର, ବି.କରଡ଼ାବାଡ଼ି, ସଙ୍କୁରୁ ଆଦି ଚାରୋଟି ଜୋନ ଅନ୍ତର୍ଗତ ୩୪ଟି ବିଦ୍ୟାଳୟରୁ ଚୟନ ହୋଇଥିବା କନିଷ୍ଠ ବର୍ଗର ୧୩୦ ଜଣ ଓ ବରିଷ୍ଠ ବର୍ଗର ୨୦୩ ଜଣ ହିସାବରେ ମୋଟ ୩୩୩ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗୀଙ୍କ ସାମୂହିକ ଶପଥ ପାଠ ପରେ ସେମାନଙ୍କ ମଧ୍ୟରେ ଦୌଡ, ଲଙ୍ଗଜମ୍ପ୍, ହାଇଜମ୍ପ୍, ସଟପୁଟ୍ ଥ୍ରୋ, ଡିସକସ୍ ଥ୍ରୋ, ଜଭଲିନ୍ ଥ୍ରୋ, କବାଡି, ଖୋ-ଖୋ, ଫୁଟବଲ ଆଦି ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆୟୋଜିତ ପ୍ରତିଯୋଗିତା ସବୁକୁ ବୁଗୁଡା ବ୍ଲକ ସ୍କୁଲ ସ୍ପୋର୍ଟସ ଏସୋସିଏସନ ସେକ୍ରେଟାରୀ ବିଶ୍ବେଶ୍ବର ଗିରିଙ୍କ ସମେତ ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର, କ୍ରୀଡ଼ା ଶିକ୍ଷକ ସତ୍ଯଶ୍ରୀ କୁମାର ଜେନା, ଭଞ୍ଜ କିଶୋର ଗୌଡ଼ , ବିଭୁ ପ୍ରସାଦ ନନ୍ଦ, ଅମୀୟ ରଞ୍ଜନ ଭୂୟାଁ, ସିଦ୍ଧାନ୍ତ ରାଉତ, ଲକ୍ଷ୍ମଣ ବେହେରା, ପ୍ରଣବ ମହାନ୍ତ, ଆକାଶ ପ୍ରଧାନ, ଅଲେଖ ସେଠୀ ଓ କ୍ରୀଡା ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ସ୍ବାଇଁ ପ୍ରମୁଖ କ୍ରୀଡା ସମୂହକୁ ପରିଚାଳନା ସହିତ କୃତି ପ୍ରତିଯୋଗୀଙ୍କୁ ଚୟନ କରିଥିଲା ବେଳେ ସିଆରସିସି ସୁନିତା ଶର୍ମିଷ୍ଠା ଜେନା, ସୁନିତା ପାଣିଗ୍ରାହୀ,ପ୍ରଧାନ ଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ମହାରଣା, ଶିକ୍ଷକ ନିରଞ୍ଜନ ପ୍ରଧାନ ପ୍ରମୁଖ ଏଥିରେ ସହଯୋଗ କରିଥିଲେ। ଏବିଇଓ ରବିନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତହସିଲଦାର ତାପସ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ଏନ୍ଏସି ସିଆରସିସି କିରଣ ବାଳା ତ୍ରିପାଠୀ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।