ଗମ୍ଭାରୀପାଲି ଗ୍ରାମରେ ନୂଆଁଖାଇ ଭେଟଘାଟ
ବରଗଡ,ତା ୧୬/୯
ପଶ୍ଚିମ ଓଡିଶା ର ସିଘା ତିହାର ନୁଆଁଖାଇ ପର୍ବ ଅବସରରେ ମଙ୍ଗଳବାର ଦିନ ଅତାବିରା ବ୍ଲକ ଗମ୍ଭାରୀପାଲି ବସ୍ତି ଗଣେଶ ପୂଜା କମିଟି ତରଫରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ, ନୃତ୍ୟ, ମ୍ୟୁଜିକାଲ ଚେୟାର ଓ ହୁଳହୁଳି ପ୍ରତିଯୋଗିତା ଆୟୋଜିତ ହୋଇଥିଲା l ଚିତ୍ରାଙ୍କନରେ ପ୍ରିୟଲ କର୍ଣ୍ଣ -ପ୍ରଥମ, ସତ୍ୟମ ସେଠ -ଦ୍ଵିତୀୟ ଓ ସିଦ୍ଧିବିନାୟକ ପ୍ରଧାନ -ତୃତୀୟ ସ୍ଥାନ ଅଧିକାର କରିଥିଲେ l ମ୍ୟୁଜିକାଲ ଚେୟାର କନିଷ୍ଠ ବର୍ଗରେ ଆରବ ପ୍ରଧାନ -ପ୍ରଥମ, ରୁଦ୍ରାଂଶ କର୍ଣ୍ଣ -ଦ୍ଵିତୀୟ, ଅଙ୍କିତ ସେଠ -ତୃତୀୟ ଓ ବରିଷ୍ଠ ବର୍ଗରେ ବିଉଟି ମାହାର-ପ୍ରଥମ, ପ୍ରିୟା କର୍ଣ୍ଣ -ଦ୍ଵିତୀୟ ଏବଂ ଅଲିଭା ସେଠ -ତୃତୀୟ ସ୍ଥାନ ଅଧିକାର କରିଥିଲେ ସେହିପରି ନୃତ୍ୟ ରେ ପିହୁ କର୍ଣ୍ଣ -ପ୍ରଥମ, ମନୀଷା ମାହାର -ଦ୍ଵିତୀୟ ଓ ମିଷ୍ଟି ମାହାର ଓ ପ୍ରିଶୁ କର୍ଣ୍ଣ -ତୃତୀୟ ସ୍ଥାନ ଅଧିକାର କରିଥିଲେ l ହୁଳହୁଳି ପ୍ରତିଯୋଗିତାରେ ସରସ୍ବତୀ ଦେହେରୀ -ପ୍ରଥମ, ବିଳାସିନୀ ସେଠ -ଦ୍ଵିତୀୟ ଓ ବିଜୟା ସେଠ-ତୃତୀୟ ସ୍ଥାନ ଅଧିକାର କରିଥିଲେ l ସସ୍ମିତା କର୍ଣ୍ଣ ଓ ଅମୁଲ୍ୟ ପ୍ରଧାନ ବିଚାରକ ରହିଥିଲେ l ଗମ୍ଭାରୀପାଲି ମା ମାହେଶ୍ୱରୀ ମନ୍ଦିର ପରିଚାଳନା କମିଟିର କୋଷାଧ୍ୟକ୍ଷ ଜୟନ୍ତ କର୍ଣ୍ଣ,ରେଳବାଇ କର୍ମଚାରୀ ଶାଶ୍ୱତ କର୍ଣ୍ଣ, ଆସାମ ରାଇଫଲର ଯବାନ ଶିଶିର କୁମାର ପ୍ରଧାନ, ଓଡିଶା ଜେଲ ବିଭାଗର ୱାର୍ଡର ସୋମ୍ୟ ରଞ୍ଜନ କର୍ଣ୍ଣ, ଖେଳ ଶିକ୍ଷକ ଶ୍ରୀମନ୍ତ ପ୍ରଧାନ ଓ ଗଣେଶ ପୂଜା କମିଟିର ସଭାପତି ନନ୍ଦକାହ୍ନା ମହାକୁର ନିମନ୍ତ୍ରିତ ଅତିଥି ରୂପେ ଯୋଗଦାନ କରି କୃତି ପ୍ରତିଯୋଗୀମାନଂକୁ ପୁରସ୍କୃତ କରିଥିଲେ l ପ୍ରତୁଲ କୁମାର କର୍ଣ୍ଣ ପ୍ରତିଯୋଗିତା ଓ ସଭା ପରିଚାଳନା କରିଥିବା ବେଲେ ସୁବ୍ରତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l ଗଣେଶ ପୂଜା କମିଟିର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ l
