September 13, 2026

ପତ୍ରାପାଲି ସରକାରୀ ହସ୍ପିଟାଲରେ ନିଃଶୁଳ୍କ ଯୋଗ ଶିବିର

IMG-20260913-WA0068
Share

 

 

ବରଗଡ,(ସୁରେନ୍ଦ୍ର କଠାର)

 

ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ ବୁଗୁବୁଗା ଗ୍ରାମ ପଞ୍ଚାୟତର ପତ୍ରାପାଲି ସ୍ଥିତ ସରକାରୀ ହସ୍ପିଟାଲ ପରିସରରେ ଏକ ନିଃଶୁଳ୍କ ଯୋଗ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।

ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ସ୍ୱାସ୍ଥ୍ୟକ୍ଷେତ୍ରରେ ସଚେତନ କରିବା ଏବଂ ନିରୋଗ ରଖିବା ଉଦ୍ଦେଶ୍ୟରେ ପ୍ରତି ରବିବାର ସକାଳ ୬:୦୦ ଟାରେ ଏହି ଶିବିରର ଆୟୋଜନ କରାଯାଉଛି। ଏହି ଶିବିରରେ ଯୋଗ ପ୍ରଚାରକ ତଥା ଯୋଗ ପ୍ରଶିକ୍ଷକ ଚିଣ୍ଟୁ ଗଡତିଆ ଯୋଗଦାନ କରି ଉପସ୍ଥିତ ସମସ୍ତ ଗ୍ରାମବାସୀ, ମହିଳା ଏବଂ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଯୋଗାସନ, ପ୍ରାଣାୟାମ ଓ ସ୍ୱାସ୍ଥ୍ୟ ଟିପ୍ସ ପ୍ରଦାନ କରିଥିଲେ।

ନିୟମିତ ଯୋଗ ଅଭ୍ୟାସ ଦ୍ୱାରା ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିବା ସହ ଅନେକ ରୋଗରୁ ମୁକ୍ତି ମିଳିପାରିବ ବୋଲି ପ୍ରଶିକ୍ଷକ ମତବ୍ୟକ୍ତ କରିଛନ୍ତି। ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ବହୁ ଲୋକ ଆଗ୍ରହର ସହ ଯୋଗଦାନ କରି ଯୋଗ ଶିକ୍ଷା ଗ୍ରହଣ କରିଥିଲେ।