ଭୟଙ୍କର ସଡ଼କ ଦୁର୍ଘଟଣା ବାଲେଶ୍ଵର ଦୁର୍ଘଟଣା ଖବର
ବାଲେଶ୍ବର ( ଦେବାଶିଷ ଦାଶ )
ଆଗରେ ଯାଉଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଲା ଦ୍ରୁତ ଗାମୀ କଣ୍ଟେନର କେବିନ ଭିତରେ ଚାପି ହୋଇ ରହିଗଲା ଡ୍ରାଇଭର ଦୀର୍ଘ ସମୟ ଅକ୍ଲାନ୍ତ ପରିଶ୍ରମ ପରେ କଟରରେ କାଟି ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ୧୬ ନଂ ଜାତୀୟ ରାଜପଥ ଜମାଳପୁର ବାଇପାସ ନିକଟରେ, ରାତି ପାଖାପାଖି ୧୧. ୩୦ ମିନିଟ ସମୟରେ ଓଡିଶାରୁ ପଶ୍ଚିମବଙ୍ଗ ଆଡକୁ NL 01AE0519 ନଂ ବିଶିଷ୍ଟ ଏକ କଣ୍ଟେନର ଦ୍ରୁତ ଗତିରେ ଯାଉଥିଲା ବେଳେ ଜମାଳପୁର ବାଇପାସ ନିକଟରେ ଆଗରେ ଯାଉଥିବା ଏକ ଟ୍ରକକୁ ପଛପଟୁ ଖୁବ ଜୋରେ ଧକ୍କା ଦେଇଥିଲା । ଧକ୍କା ଦେବା ଫଳରେ ଡ୍ରାଇଭର ଜଣକ କଣ୍ଟେନର କେବିନ ମଧ୍ୟରେ ସମ୍ପୂର୍ଣ୍ଣ ଭାବରେ ଚାପି ହୋଇ ରହି ଯାଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ, ଜଳେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଁଚି ଦୀର୍ଘ ସମୟ ପରିଶ୍ରମ କରି କଟରରେ କାଟି ଡ୍ରାଇଭରକୁ ବାହାର କରିଥିଲେ ମାତ୍ର ଡ୍ରାଇଭରର ଗୋଟିଏ ଗୋଡ଼ ସମ୍ପୂର୍ଣ୍ଣ ଭାବରେ କାଟି ଯାଇଥିଲା ବେଳେ ତାକୁ ଗୁରୁତର ଅବସ୍ଥାରେ ଜାତୀୟ ରାଜପଥ ଆମ୍ବୁଲାନ୍ସ ସାହାର୍ଯ୍ୟରେ ଜଳେଶ୍ୱର ଡାକ୍ତରଖାନାକୁ ଅଣା ଯାଇଥିଲା ବେଳେ ଗୁରୁତର ଅବସ୍ଥାରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
