ବେଆଇନ ମଦ କାରବାର ରେ ବେପାରୀ ଗିରଫ
ଜଳେଶ୍ଵର ( ଦେବାଶିଷ ଦାଶ )
ଜଳେଶ୍ୱର ଓ ଭୋଗରାଇ ମୋବାଇଲ ସେଟିଲାଇଟ ବିଭାଗର ମିଳିତ ଚଢ଼ାଉ ପ୍ରଚୁର ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ ମଦ ବେପାରୀ ଗିରଫ, ଗିରଫ ମଦ ବେପାରୀ ଜଣକ ହେଲେ ଝୁନା ମଣ୍ଡଳ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ସିମୁଳିଆ ବଜାରରେ,ଝୁନା ମଣ୍ଡଳ ନାମକ ଏକ ମଦ ବେପାରୀ ଦୀର୍ଘ ଦିନ ହେବ ଚୋରାରେ ଦେଶୀ ଓ ବିଦେଶୀ ମଦ କାରବାର କରି
ଆସୁଥିଲେ । ତେବେ ଏ ନେଇ ବାରମ୍ବାର ସେଟିଲାଇଟ ଅବକାରୀ ବିଭାଗ ପାଖରେ ଅଭିଯୋଗ ହୋଇ ଆସୁଥିଲା । ଆଜି ସକାଳ ସମୟରେ ଜଳେଶ୍ୱର ଓ ଭୋଗରାଇ ସେଟିଲାଇଟ ଅବକାରୀ ବିଭାଗ ପକ୍ଷରୁମିଳିତ ଭାବରେ ମଦ ବେପାରୀ ଝୁନା ମଣ୍ଡଳ ଘରେ ଚଢ଼ାଉ କରା ଯାଇଥିଲା । ଚଢ଼ାଉ ସମୟରେ ମଦ ବେପାରୀ ଘରୁ ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ମଦ ବ୍ୟାପାରୀ ଝୁନା ମଣ୍ଡଳକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।
