September 13, 2026

୨୦ ଲକ୍ଷ‌ ଟଙ୍କାର ବ୍ରାଉନ ସୁଗାର ଜବତ

IMG-20260913-WA0060
Share

ଖନ୍ତାପଡା ( ଦେବାଶିଷ ଦାଶ )

ଖନ୍ତାପଡ଼ା ଥାନା କୁଳିଗାଁ

ଗ୍ରାମରୁ ୨୦୫ ଗ୍ରାମ୍ ହେରୋଇନ୍ ଜବତ କରିଛି ଅବକାରୀ

ମୋବାଇଲ୍ ଟିମ୍ । କୁଳିଗାଁ ଗ୍ରାମର ପରମେଶ୍ଵର ପ୍ରଧାନ ଏହି ଧଳଜହର ଧରି ଗରାଖ ଅପେକ୍ଷାର ଥିଲେ । ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଜିଲ୍ଲା ମୋବାଇଲ ଟିମ୍ ସେଠାରେ ପହଞ୍ଚି ପରମେଶ୍ଵରଙ୍କୁ ଗିରଫ

କରିବା ସହ ଆନୁମାନିକ ୨୦ ଲକ୍ଷ ଟଙ୍କାର ଧଳାହଜର

ଜବତ କରିଛି। ଅବକାରୀ ମୋବାଇଲ ୟୁନିଟ୍ ଏସ୍‌ଆଇ

ଅଲିଭା ମାଝୀଙ୍କ ନେତୃତ୍ବରେ ଏଏସ୍‌ଆଇ ଲମ୍ବୋଦର

ମହନ୍ତ, ନୋହନ ମୁର୍ମୁ, କର୍ମଚାରୀ ଗଣେଶ ସିଂ ପ୍ରମୁଖ ଏହି ଚଢ଼ଉରେ ସାମିଲ ଥିଲେ। ୨୧୯/୨୬ରେ ମାମଲା

ରୁଜୁ କରି ଅଭିଯୁଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।