ଜିଲ୍ଲା ସହରା କର୍ମଚାରୀ ସଙ୍ଘର ମହାମିଳନ ଅନୁଷ୍ଠିତ
ଅଦ୍ୟ ତା ୧୩-୦୯-୨୦୨୬ ରିଖ ଅଗ୍ରଗାମୀ ଯୁବକ ସଂଘ ବରଗଡ଼ ଠାରେ ବରଗଡ଼ ଜିଲ୍ଲା ସହରା କର୍ମଚାରୀଙ୍କ ମହାମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ କୈଳାସ ଚନ୍ଦ୍ର ଭୁଏ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ବରଗଡ଼ ସୀତାରାମ ଭୋଇ,ମୁଖ୍ୟ ବକ୍ତା ରୂପେ ଜିଲ୍ଲା ଶିକ୍ଷା ଅଧିକାରୀ ବରଗଡ଼ ଶ୍ରୀଯୁକ୍ତ ସରୋଜ କୁମାର ଭୁଏ, ସମ୍ମାନିତ ଅତିଥି ରୂପେ ଡେପୁଟି କମିଶନର ସି.ଟି. ଓ ଜି.ଏସ୍.ଟି. ଦେବଗଡ଼ ଲିଲାକାନ୍ତ ବୁଡେକ୍ ମଞ୍ଚାସୀନ ଥିଲେ । ସଭା କାର୍ଯ୍ୟ ପରିଚାଳନା କରିଥିଲେ ଶିକ୍ଷକ ନନ୍ଦିଘୋଷ ଭୁଏ । ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାର ସମସ୍ତ ସହରା କର୍ମଚାରୀ ଯୋଗଦାନ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସହରା ଛାତ୍ର ଜନତା,ନୂତନ ସହରା କର୍ମଚାରୀ ଏବଂ ପଦୋନ୍ନତି ପାଇଥିବା ସହରା କର୍ମଚାରୀଙ୍କୁ ମୋମେଣ୍ଟୋ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘ କୁ ସୁଦୃଢ ,ସମାଜର ଗରିବ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପାଇଁ ସହାୟତା ପ୍ରଦାନ ଏବଂ ସମାଜ ରେ ନିଶା ଦ୍ରବ୍ୟ ସେବନ ବାରଣ କରିବା ଆଦି କାର୍ଯ୍ୟ ପାଇଁ ମିଳିମିଶି କାର୍ଯ୍ୟ କରିବାକୁ ଅତିଥି ବୃନ୍ଦ ପରାମର୍ଶ ଦେଇଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ରୋହିତ କୁମାର ଭୁଏ । ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ନିରଞ୍ଜନ ବେହେରା,ଉଚ୍ଛବ ଭୁଏ,ଜନ୍ମ ଭୁଏ,ଜଗମୋହନ ଭୁଏ,କମଳାକାନ୍ତ ଭୋଇ ଓ ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ।
