September 13, 2026

BRICS ଶିଖର ସମ୍ମିଳନୀରେ ଛାଇଲା କୋରାପୁଟ କଫି

IMG-20260913-WA0009
Share

 

କୋରାପୁଟ, ୧୩/୦୯: ଓଡ଼ିଶାର ପ୍ରସିଦ୍ଧ କୋରାପୁଟ କଫି ଆନ୍ତର୍ଜାତିକ ସ୍ତରରେ ପୁଣିଥରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। BRICS ଶିଖର ସମ୍ମିଳନୀରେ ଯୋଗ ଦେଇଥିବା ବିଦେଶୀ ପ୍ରତିନିଧି ଓ ସାମ୍ବାଦିକମାନଙ୍କୁ କୋରାପୁଟ କଫିର ସ୍ୱାଦ ଚଖାଇ ଓଡ଼ିଶାର କଫି ସଂସ୍କୃତି ସହ ପରିଚିତ କରାଯାଇଛି। ଜିଆଇ (GI) ଟ୍ୟାଗ୍ ପାଇଥିବା କୋରାପୁଟ କଫି ଆଦିବାସୀ ଚାଷୀମାନଙ୍କ ଦ୍ୱାରା ପ୍ରାକୃତିକ ଉପାୟରେ ଚାଷ କରାଯାଉଥିବାରୁ ଏହାର ସୁଗନ୍ଧ ଓ ସ୍ୱାଦ ସ୍ୱତନ୍ତ୍ର ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହି ସୁଯୋଗରେ କୋରାପୁଟ କଫି ବିଶ୍ୱ ବଜାରରେ ଅଧିକ ପରିଚିତ ହେବା ସହ ସ୍ଥାନୀୟ କଫି ଚାଷୀମାନଙ୍କ ଆୟ ବୃଦ୍ଧିର ନୂଆ ଦ୍ୱାର ଖୋଲିବ ବୋଲି ଆଶା ପ୍ରକାଶ ପାଇଛି। (ଗୁପ୍ତେଶ୍ଵର ରଥ କୋରାପୁଟ)

You may have missed