September 13, 2026

ଭକ୍ତିଅର୍ଘ୍ୟ ପକ୍ଷରୁ ଗଛଟିଏ ଜୀବନଟିଏ ବିଦ୍ୟାଳୟ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20260913-WA0007
Share

 

ଆଜି ଭକ୍ତିଅର୍ଘ୍ୟ ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ପୁରୀଜିଲ୍ଲା ପୁରୀସଦର ତଳଜଙ୍ଘ ଗ୍ରାମର ଉଚ୍ଚ ଇଂରାଜୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବୃକ୍ଷରୋପଣ ଏବଂ ଆମ ସମାଜ ପାଇଁ ବୃକ୍ଷର ଆବଶ୍ୟକତା ଉପରେ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଭକ୍ତିଅର୍ଘ୍ୟ ର ସମ୍ପାଦକ ତଥା ପୂର୍ଣ୍ଣଚନ୍ଦ୍ର ଫାଉଣ୍ଡେସନ ର ଅଧକ୍ଷ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥିଭାବେ ସମାଜସେବୀ ତଥା ପୁରୀଜିଲ୍ଲା ଜିଏସଟି ଡେପୁଟି କମିଶନର ପଦ୍ମଲୋଚନ ରାଉତ, ପ୍ରଶାନ୍ତ ବରାଳ, ବୃକ୍ଷବନ୍ଧୁ ପ୍ରଦୀପ କୁମାର ଦଳାଇ, ପ୍ରକୃତିମିତ୍ର ପ୍ରକାଶ ଆଚାର୍ଯ୍ୟ, ପୁରୀସଦର ଓସ୍ତା ସମ୍ପାଦକ ହରିହର ତ୍ରିପାଠୀ,ଶିକ୍ଷକ ପଦ୍ମଚରଣ ଜେନା, ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀକାନ୍ତ ମିଶ୍ର, ଅବସରପ୍ରାପ୍ତ BSF ଜବାନ ଶିବ ଜେନା, ଶିକ୍ଷକ ରବିନାରାୟଣ ମେକାପ ଏବଂ ବିଦ୍ୟାଳୟ କମିଟି ଚେୟାରମ୍ୟାନ “ଗଛଟିଏ ଜୀବନଟିଏ ‘ କାର୍ଯ୍ୟକ୍ରମ ରେ ଯୋଗଦାନ କରି ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଆବାହକ ସାମ୍ବାଦିକ ରମେଶ ସାହୁଙ୍କ ସହିତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନେ ପରିଚାଳନା କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l