September 13, 2026

୭୦ତମ ପୁରୀ ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ

IMG-20260913-WA0008
Share

 

ଆଜି ପୁରୀ ଜିଲ୍ଲାସ୍କୁଲ ପରିସରରେ ୭୦ତମ ପୁରୀଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଭାରପ୍ରାପ୍ତ ଶିକ୍ଷାଧିକାରୀ ନିହାର ରଞ୍ଜନ ପଲାଇଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ସହଶିକ୍ଷାଧିକାରୀ ଭବମ ପ୍ରଧାନ, ମହେନ୍ଦ୍ର କୁମାର ବିଶ୍ୱାଳ, ଦୁର୍ଗେଶ ନନ୍ଦିନୀ ମହାପାତ୍ର, ବିଦ୍ୟାଧର ମିଶ୍ର ଯୋଗଦାନ କରି କ୍ରୀଡା ଉତ୍ସବ ର ଶୁଭ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ରଞ୍ଜନ ରେଡ୍ଡୀ, ରଞ୍ଜିତ କେଶରୀ ନାୟକ, ସୂର୍ଯ୍ୟନାରାୟଣ ଦେବ, ପ୍ରିୟମ୍ବଦା ଜେନା ଏବଂ ଜଗନ୍ନାଥ ପ୍ରଧାନ ଙ୍କ ସହିତ ଜିଲ୍ଲାର ସମସ୍ତ କ୍ରୀଡା ଶିକ୍ଷକ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l