September 14, 2026

ଗରିବ ପିଲାଙ୍କ ସ୍ୱପ୍ନରେ ଶିକ୍ଷାର ଡେଣା ବିଧାୟକ ସୁଦର୍ଶନଙ୍କ ‘ଉଦ୍ୟମ’ରେ ୮୫ଟି ମାଗଣା କୋଚିଂ କେନ୍ଦ୍ର, ଉପକୃତ ୧୫୦୦ରୁ ଅଧିକ ଶିଶୁ

IMG-20260913-WA0001
Share

 

 

ସମ୍ବଲପୁର, ୧୩.୦୯: ଗରିବ ଘରର ପିଲାଟିଏ ମେଧାବୀ ହୋଇଥିଲେ ମଧ୍ୟ ଟ୍ୟୁସନ୍ ଫି’ ଦେଇ ନପାରିବାରୁ ଯେତେବେଳେ ତା’ର ସ୍ୱପ୍ନ ଅଧାରେ ଅଟକିଯାଏ, ସେତେବେଳେ ଜଣେ ଜନପ୍ରତିନିଧିଙ୍କ ସମ୍ବେଦନଶୀଳ ପଦକ୍ଷେପ ତା’ ପାଇଁ ଆଶାର ଆଲୋକ ହୋଇଉଠେ। ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ‘ଉଦ୍ୟମ’ ଏଭଳି ଅନେକ ଅସହାୟ ଶିଶୁଙ୍କ ଜୀବନରେ ଶିକ୍ଷାର ନୂଆ ସକାଳ ଆଣିଛି।

 

ନିଜ ଦରମାରୁ ଆରମ୍ଭ ହୋଇଥିବା ଏକ ଛୋଟ ପ୍ରୟାସ ଆଜି ୮୫ଟି ମାଗଣା କୋଚିଂ କେନ୍ଦ୍ରର ଏକ ବଡ଼ ଅଭିଯାନରେ ପରିଣତ ହୋଇଛି। ରେଙ୍ଗାଲି ନିର୍ବାଚନମଣ୍ଡଳୀର ତିନୋଟି ବ୍ଲକରେ ଚାଲିଥିବା ଏହି କେନ୍ଦ୍ରଗୁଡ଼ିକରେ ୧୫୦୦ରୁ ଅଧିକ ଗରିବ ଓ ଆର୍ଥିକ ଭାବେ ଅସହାୟ ଶିଶୁ ମାଗଣାରେ ଶିକ୍ଷା ଗ୍ରହଣ କରୁଛନ୍ତି।ନିଜ ଦରମାରୁ ଆରମ୍ଭ କରି ଯାହା ଆଜି ଦିନରେ ଏକ ଆନ୍ଦୋଳନରେ ପରିଣତ ହୋଇଛି

 

ଗ୍ରାମାଞ୍ଚଳର ମେଧାବୀ ପିଲାମାନେ କେବଳ ଅର୍ଥାଭାବରୁ ଆଗକୁ ବଢ଼ିପାରୁନଥିବା ଦୃଶ୍ୟ ତାଙ୍କୁ ଚିନ୍ତିତ କରିଥିଲା। ବିଧାୟକ ହେବା ପରେ ନିଜ ପ୍ରଥମ ମାସର ଦରମାରୁ ପ୍ରାୟ ଏକ ଲକ୍ଷ ଟଙ୍କା ବ୍ୟୟ କରି ମାନେଶ୍ୱର ବ୍ଲକର ଜୟଘଣ୍ଟ ଗ୍ରାମରେ ପ୍ରଥମ ମାଗଣା କୋଚିଂ କେନ୍ଦ୍ର ଆରମ୍ଭ କରିଥିଲେ। ସେଠାରୁ ଆରମ୍ଭ ହୋଇଥିବା ‘ଉଦ୍ୟମ’ ଆଜି ଶିକ୍ଷାର ଏକ ବିଶ୍ୱାସଯୋଗ୍ୟ ଆଶ୍ରୟସ୍ଥଳ ହୋଇଛି।ଶିକ୍ଷା ସହ ରୋଜଗାରର ସୁଯୋଗ ଦେଇଛି।‘ଉଦ୍ୟମ’ କେବଳ ଶିଶୁଙ୍କୁ ମାଗଣା ଶିକ୍ଷା ଦେଉନାହିଁ, ସ୍ଥାନୀୟ ଶିକ୍ଷିତ ଯୁବପିଢ଼ିଙ୍କ ପାଇଁ ମଧ୍ୟ ରୋଜଗାରର ଦ୍ୱାର ଖୋଲିଛି। ପ୍ରାୟ ୧୦୦ ଜଣ ଉଚ୍ଚଶିକ୍ଷିତ ଯୁବକ-ଯୁବତୀ ଏହି କେନ୍ଦ୍ରଗୁଡ଼ିକରେ ଶିକ୍ଷାଦାନ କରି ସମ୍ମାନଜନକ ପାରିଶ୍ରମିକ ପାଉଛନ୍ତି। ଅର୍ଥାତ୍, ଏକ ପ୍ରୟାସ ଏକାସାଙ୍ଗରେ ଦୁଇଟି ସମସ୍ୟାର ସମାଧାନ କରୁଛି।ଗରିବ ପିଲାଙ୍କୁ ଶିକ୍ଷା ଓ ଶିକ୍ଷିତ ଯୁବକ-ଯୁବତୀଙ୍କୁ ସ୍ଥାନୀୟ ରୋଜଗାର।ଯାହା ସମାଜ ହୋଇଛି ସହଯାତ୍ରୀ।ଏହି ଅଭିଯାନରେ ସମାଜସେବୀ, ଶୁଭଚିନ୍ତକ ଓ ଦାତାମାନେ ମଧ୍ୟ ସ୍ୱତଃସ୍ଫୂର୍ତ୍ତ ଭାବେ ଯୋଡ଼ି ହେଉଛନ୍ତି। କେହି ଶିକ୍ଷା ସାମଗ୍ରୀ ଦେଉଛନ୍ତି, ଆଉ କେହି ଆର୍ଥିକ ସହାୟତା କରୁଛନ୍ତି। ଅନେକ ଦାତା ପ୍ରଚାରରୁ ଦୂରେ ରହି ନିରବରେ ସହଯୋଗ କରୁଥିବା ଘଟଣା ‘ଉଦ୍ୟମ’ର ମାନବିକ ମୂଲ୍ୟକୁ ଆହୁରି ଉଚ୍ଚ କରିଛି।

 

ଏହା କୌଣସି ପ୍ରତିଶ୍ରୁତି ନୁହେଁ,ବରଂ ପ୍ରୟାସର ପରିଚୟ ଆଣିଦେଇଛି ଉଦ୍ୟମ।ରାଜନୀତିରେ ପ୍ରତିଶ୍ରୁତି ଅନେକ ଦିଆଯାଏ, କିନ୍ତୁ ତାହାର ବାସ୍ତବ ରୂପାୟନ ହିଁ ଜନପ୍ରତିନିଧିଙ୍କ ସଫଳତାର ପ୍ରକୃତ ମାପଦଣ୍ଡ। ‘ଉଦ୍ୟମ’ରେ ଭାଷଣ ନୁହେଁ, ପିଲାଙ୍କ ହାତରେ ବହି ଅଛି।ପ୍ରତିଶ୍ରୁତି ନୁହେଁ, ଗାଁରେ ଗାଁରେ ଶିକ୍ଷା କେନ୍ଦ୍ର ଅଛି।

ଏହି ପ୍ରୟାସ ପ୍ରମାଣ କରିଛି ଯେ, ଇଚ୍ଛାଶକ୍ତି, ସମ୍ବେଦନଶୀଳତା ଓ ସେବାମନୋଭାବ ଥିଲେ ଜଣେ ଜନପ୍ରତିନିଧି ଅନେକ ଜୀବନରେ ଆଶାର ଆଲୋକ ଜଳାଇପାରନ୍ତି। ରେଙ୍ଗାଲିର ‘ଉଦ୍ୟମ’ ଆଜି ଶିକ୍ଷାର ଏକ ଅଭିଯାନ ମାତ୍ର ନୁହେଁ, ଏହା ମାନବିକ ରାଜନୀତିର ଏକ ସୁନ୍ଦର ଉଦାହରଣ ହୋଇଛି।