ଶିଆଳି ବେଳାଭୂମିରେ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ୨୪ ଘଣ୍ଟା ପୁରିଲା, ତଦନ୍ତରେ ପୋଲିସର ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍….

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ର ଶିଆଳି ବେଳାଭୂମିରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ବିତିଗଲାଣି ୨୪ ଘଣ୍ଟା । ହେଲେ ଏଯାଏଁ ଘଟଣାରେ କାହାରି ସୁରାଖ୍ ପାଇନି ପ୍ରଶାସନ । ଘଟଣାର ତଦନ୍ତକୁ ଜୋରଦାର କରିଛି ପୋଲିସ । ଘଟଣାସ୍ଥଳରେ ପହଞ୍ଚିଛି ସାଇଣ୍ଟିଫିକ୍ ଟିମ୍ । ଏହା ସହ ସନ୍ଧାନୀ କୁକୁରର ସହାୟତାରେ ମଧ୍ୟ୍ୟ ଚାଲିଛି ତଦନ୍ତ । ପ୍ରତିମୂର୍ତ୍ତି ଭଙ୍ଗା ପଛରେ କିଏ ଏବଂ କାହିଁକି ଏଭଳି ଘଟଣା ଘଟାଇଲା, ତାହାକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି । ସେପଟେ ଘଟଣାକୁ ନେଇ ତାତିଛି ରାଜନୈତିକ ମାହୋଲ । ସ୍ଥାନୀୟ ବିଜୁ ଜନତା ଦଳର ଯୁବ ସଭାପତି ଓ ବ୍ଲକ୍ ସଭାପତିଙ୍କ ନେତୃତ୍ୱ ରେ ଦଳୀୟ କର୍ମୀମାନେ ଶିଆଳି ବେଳାଭୂମିରେ ଏକତ୍ରିତ ହୋଇଛନ୍ତି ।
ଏହାରି ମଧ୍ୟରେ ସ୍ଥାନୀୟ ବିଧାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ୯ ଜଣିଆ ଟିମ୍ ଏରସମା ଗସ୍ତ କରୁଥିବା ସୂଚନା ମିଳିଛି । ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ନେଇ ଏବେ ତଦନ୍ତ ଉପରେ ସମସ୍ତଙ୍କ ନଜର । ପୋଲିସର ସାଇଣ୍ଟିଫିକ୍ ତଦନ୍ତ ଓ ସନ୍ଧାନୀ କୁକୁରର ସହାୟତାରେ ଅଭିଯୁକ୍ତଙ୍କ ପାଖରେ କେବେ ପହଞ୍ଚୁଛି ପୋଲିସ, ତାହା ଉପରେ ରହିଛି ନଜର ।( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
