September 12, 2026

ପିଏମ୍‌ ଶ୍ରୀ ସାନଖେମୁଣ୍ଡି ନୋଡାଲ ଉଚ୍ଚ ବିଦ୍ୟାଳୟ, ଚୁଡ଼ଙ୍ଗପୁର ରେ ଜୋନାଲ ସ୍ତରୀୟ କ୍ରୀଡ଼ା ଉତ୍ସବ

IMG-20260912-WA0125
Share

 

 

 

ସାନଖେମୁଣ୍ଡି ୧୧/୯( ବିଜୟ କୁମାର ପ୍ରଧାନ ) ଚୁଡ଼ଙ୍ଗପୁର ପିଏମ୍‌ ଶ୍ରୀ ସାନଖେମୁଣ୍ଡି ନୋଡାଲ ଉଚ୍ଚ ବିଦ୍ୟାଳୟ, ପରିସରରେ ଜୋନାଲସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା–୨୦୨୬ ଉତ୍ସାହ ଓ କ୍ରୀଡ଼ାମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ହାଟପଦା, ଗୌତମୀ ଓ ମୌଳାଭଞ୍ଜା କ୍ଲଷ୍ଟର ଅଧୀନ ବିଭିନ୍ନ ବିଦ୍ୟାଳୟରୁ ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଥିଲେ।ପ୍ରତିଯୋଗିତାରେ ଦୌଡ଼ ଓ ବିଭିନ୍ନ ଆଥଲେଟିକ୍ସ ଇଭେଣ୍ଟ, କବାଡ଼ି, ଖୋ-ଖୋ ଓ ଯୋଗ ଭଳି ବିଭିନ୍ନ ବିଭାଗରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଭାଗ ନେଇଥିଲେ। ନିଜ ନିଜ ବିଭାଗରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଆଗାମୀ ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଛନ୍ତି।

ଏହି ଅବସରରେ ଏବିଇଓ ଶ୍ରୀମତୀ ରୀତାଞ୍ଜଳି ରଥ, ସାନଖେମୁଣ୍ଡି ଏବିଇଓ ସୁକଦେବ ମଲ୍ଲିକ, ହାଟପଦା, ଗୌତମୀ ଓ ମୌଳାଭଞ୍ଜା କ୍ଲଷ୍ଟରର ସିଆରସିସିମାନେ ଏବଂ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକମାନେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିବରାମ କାର୍ଜୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳତା ପାଇଁ ମାର୍ଗଦର୍ଶନ କରିଥିଲେ।ବିଦ୍ୟାଳୟର ପିଇଟି ସମର କେଶରୀ ହାଜିରା, ଶ୍ରୀ ଅରୁଣ କୁମାର ରାଉତଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ପିଇଟିମାନଙ୍କ ତତ୍ତ୍ୱାବଧାନରେ ସମସ୍ତ କ୍ରୀଡ଼ା ପ୍ରତିଯୋଗିତା ସୁଚାରୁରୂପେ ପରିଚାଳିତ ହୋଇଥିଲା। ପିଏମ୍‌ ଶ୍ରୀ ସାନଖେମୁଣ୍ଡି ନୋଡାଲ ଉଚ୍ଚ ବିଦ୍ୟାଳୟ, ଚୁଡ଼ଙ୍ଗପୁରର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସମନ୍ୱିତ ପ୍ରୟାସରେ ସମଗ୍ର କାର୍ଯ୍ୟକ୍ରମ ସୁସଂଗଠିତ ଓ ସଫଳତାର ସହ ସମ୍ପନ୍ନ ହୋଇଥିଲା।କ୍ରୀଡ଼ା ହିଁ ଶୃଙ୍ଖଳା, ଏକତା ଓ ଆତ୍ମବିଶ୍ୱାସର ମାଧ୍ୟମ ଏହି ବାର୍ତ୍ତା ନେଇ ଚୁଡ଼ଙ୍ଗପୁର ଜୋନାଲସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା–୨୦୨୬ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ନୂତନ ଉତ୍ସାହ ସୃଷ୍ଟି କରିଛି।