September 12, 2026

ପିଏମ୍ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ବେଗୁନିଆ ମଣ୍ଡଳ ସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ 

IMG-20260912-WA0127
Share

 

 

ବେଗୁନିଆ, (ଉପାନ୍ତ ଖବର ମାନସ ରଞ୍ଜନ କର)ତା- ୧୨/୯: ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ସୋନାମିକା ରାୟଙ୍କ ନିର୍ଦ୍ଦେଶ ଏବଂ ପିଏମ୍ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରୋହିତ୍ୟରେ, ବିଜ୍ଞାନ ଶିକ୍ଷୟତ୍ରୀ ମୋହିନୀକାନ୍ତି ଦାସଙ୍କ ତତ୍ତ୍ୱାବଧାନରେ ଶନିବାର ଦିନ ବେଗୁନିଆ ମଣ୍ଡଳ ସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଯାଇଛି । ବିଚାରକ ଶୁଭେନ୍ଦୁ ପଟ୍ଟନାୟକ ଓ ସୁଧାଂଶୁ ପରିଡ଼ା କୃତୀ ପ୍ରତିଯୋଗୀ ଚୟନ କରିଥିଲେ | ସେମିନାରରେ ୧୭ ଟି ବିଦ୍ୟାଳୟର ୧୭ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ |ଏଥିରେ ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡୁମର ଦଶମ ଶ୍ରେଣୀର ଛାତ୍ରୀ ଉପାସନା ବରାଳ ପ୍ରଥମ,ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବେଗୁନିଆର ନବମ ଶ୍ରେଣୀର ଛାତ୍ରୀ ସାଇସୁଧା ପ୍ରିୟଦର୍ଶିନୀ ଦ୍ୱିତୀୟ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ ଡ଼ାଳତୋଳାର ଦଶମ ଶ୍ରେଣୀର ଛାତ୍ର ବିଷ୍ଣୁ ପ୍ରସାଦ କର ତୃତୀୟ ସ୍ଥାନ ଅଧିକାର କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ବେଗୁନିଆ ସହଗୋଷ୍ଠୀ ଶିକ୍ଷାଧିକାରୀ ତ୍ରିନାଥ ବେହେରା ମୁଖ୍ୟ ଅତିଥି,ଆଧ୍ୟାତ୍ମିକ ପ୍ରବକ୍ତା ପୂର୍ଣ୍ଣଚନ୍ଦ୍ର ବେହେରା ମୁଖ୍ୟବକ୍ତା, ବେଗୁନିଆ ସହଗୋଷ୍ଠୀ ଶିକ୍ଷାଧିକାରୀ ସୁରେଶ ଚନ୍ଦ୍ର ସେଠୀ ଓ ସମାଜସେବୀ ସୁରେଶ କୁମାର ବେହେରା ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ |ଶିକ୍ଷୟତ୍ରୀ ସୁନୀତା ପୃଷ୍ଟି ଓ ରିସ୍ମାରଶ୍ମି ପାଇକରାୟ ପ୍ରତିଯୋଗୀମାନଙ୍କର ନାମ ପଞ୍ଜୀକରଣ କରିଥିବା ବେଳେ ଶିକ୍ଷକ ସୋମ୍ୟ ରଞ୍ଜନ ସାହୁ ସ୍ୱାଗତ ଭାଷଣ ,ସୂର୍ଯ୍ୟକାନ୍ତ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ |କୃତୀ ପ୍ରିଯୋଗୀମାନଙ୍କୁ ଅତିଥିମାନେ ପ୍ରମାଣପତ୍ର ଓ ପୁରସ୍କାର ବିତରଣ କରିଥିଲେ | ପରିଶେଷରେ ଶିକ୍ଷକ ଶ୍ରୀକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ | ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରିୟା ତ୍ରିପାଠୀ, ଆସା ମୁର୍ମୁ, ବିଜୟଲକ୍ଷ୍ମୀ ସାମନ୍ତରାୟ,ଶିକ୍ଷକ ପ୍ରଭାତ କୁମାର ନିଶଙ୍କ ସହଯୋଗ କରିଥିଲେ |