November 25, 2024

ଜଗଦଳପୁରରେ ଗ୍ରାମଦେବତୀ କାଳୁଆ ଠାକୁରାଣୀ ଯାତ୍ରା

Share

ଜଗଦଳପୁରରେ ଗ୍ରାମଦେବତୀ କାଳୁଆ ଠାକୁରାଣୀ ଯାତ୍ରା

କୁକୁଡ଼ାଖଣ୍ଡି ବ୍ଳକ ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ବହୁ ବର୍ଷରୁ ରଜସଂକ୍ରାନ୍ତିରେ ଗ୍ରାମଦେବତୀ କାଳୁଆ ଠାକୁରାଣୀଙ୍କ ଯାତ୍ରା । ପାଳିତ ହୋଇଆସୁଛି । ମା’ଙ୍କ ପୀଠରେ ଯାତ୍ରା କେବଳ ନୀତିକାନ୍ତି ଅନୁସାରେ ପୂଜାର୍ଚ୍ଚନା କରି ମା’ଙ୍କୁ ମନ୍ଦିର ଚତୁଃପାର୍ଶ୍ଵ ବେଢ଼ା ପରିକ୍ରମା କରି ସମାପ୍ତ କରାଯାଉଥିଲା । ଚଳିତ ବର୍ଷ ମା’ଙ୍କ ଯାତ୍ରାକୁ ମହାଆଡ଼ମ୍ବର ସହକାରେ ପାଳନ
କରିବାକୁ ଗ୍ରାମ୍ୟ କମିଟି ଅଣ୍ଟା ଭିଡ଼ି ମହାସମାରୋହରେ ଯାତ୍ରା ପାଳନ କରିଛନ୍ତି । ରଜ ସଂକ୍ରାନ୍ତି ଦିନ ମା’ଙ୍କ ପୀଠରେ ଦେବନୀତି ଅର୍ଥାତ୍ ସକାଳ ଧୂପ, ମାଜଣା, ମଧ୍ୟାହ୍ନ ଭୋଗ ପରେ ଅପରାହ୍ନରେ ଘୃତଯଜ୍ଞ ଆରମ୍ଭ ହୋଇ ସନ୍ଧ୍ୟାରେ ପୂର୍ଣ୍ଣାହୁତି ହୋଇଥାଏ । ଘୃତ ଯଜ୍ଞରେ ଗ୍ରାମର ବି. ବିଶ୍ଵନାଥ ପାତ୍ର କର୍ତ୍ତା ରୂପେ ରହିବା ସହ ପୁରୋହିତମାନେ ହୋମଯଜ୍ଞରେ ଭାଗ ନେଇ ପୂର୍ଣ୍ଣାହୁତି କରିଥିଲେ । ସନ୍ଧ୍ୟାରେ ସନ୍ଧ୍ୟାଧୂପ, ଆଳତି ଭୋଗରାଗ ପୁଣି ମା’ଙ୍କ ଘଟକୁ ବହୁ ଆଡ଼ମ୍ବର ପଟୁଆରରେ ଘଣ୍ଟସ୍ଥଳ,
ଶଙ୍ଖ ବାଦ୍ୟ, ଦଶ ଅବତାର, ତାଳ, ମୃଦଙ୍ଗ, ସଂକୀର୍ତ୍ତନ, ବାଡ଼ିଆଖଡ଼ା, ସାପ ସାପୁଆଣି, ପରଭା, ବାଘଷଣ୍ଢ, ଘୋଡ଼ା ନାଚ ସାଥେ ସାଥେ ବିଭିନ୍ନ ପ୍ରକାର ବେଶଭୂଷାରେ ଅତ୍ୟାଧୁନିକ ଆଲୋକ ସାଜସଜ୍ଜାରେ ଗ୍ରାମର ସମସ୍ତ ସାହି ପରିକ୍ରମା କରାଯାଇଥିଲା । ପ୍ରତ୍ୟେକ ଘର ଆଗରେ ପୂଜାଥାଳି ସହ କୁମ୍ଭଢ଼ାଳ ରଖି ମା’ଙ୍କୁ ପୂଜାର୍ଚ୍ଚନା କରାଯାଇଛି । କେବଳ ସଂକ୍ରାନ୍ତି ଦିନ ହଁ ମା ’ ଗ୍ରାମ ପରିକ୍ରମା କରିବା ପରେ ସ୍ୱମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ମା ’ ପ୍ରତ୍ୟେକ ସାହି ପରିକ୍ରମା କରିବା ହେତୁ ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକ,ସାଂସ୍କୃତିକ ଚିନ୍ତାଧାରାକୁ ପାଥେୟ କରି ଆନନ୍ଦ ଉଲ୍ଲାସରେ ନିଜ ନିଜ ସାହିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥାନ୍ତି । ଏହି ଅବସରରେ ପୌରାଣିକ ନାଟକ ରାମାୟଣ, ଭାରତଲୀଳା, ମହାଭାରତ ଇତ୍ୟାତି ପରିବେଶିତ ହୋଇଥାଏ। ଏହି ଯାତ୍ରା ତିନିଦିନ ଧରି ଅନୁଷ୍ଠିତ ହୋଇଆସୁଛି । ଆଖପାଖ ଗ୍ରାମରୁ ବହୁ ଶ୍ରଦ୍ଧାଳୁଭକ୍ତ ଯାତ୍ରା ଉପଭୋଗ କରିବା ପାଇଁ ସମାଗମ ହୋଇଥାନ୍ତି । କୁନି କୁନି ପିଲାଙ୍କ ପାଇଁ ବିଭିନ୍ନ ଦୋଳି ସହ ମୀନା ବଜାର ଖୋଲିଛି । ଗ୍ରାମର ପ୍ରତ୍ୟେକ ସାହିରେ ରଙ୍ଗବେରଙ୍ଗର ଆଲୋକମାଳା ସହ କଳାକୁଞ୍ଜ ନିର୍ମାଣ କରାଯାଇ ଅଧିକ ଆକର୍ଷଣୀୟ ଲାଗେ । ଏହି ଯାତ୍ରାକୁ ସଦର ଏସ୍‌ଡ଼ିପିଓ ଶିବ ଶଙ୍କର ମହାପାତ୍ର, ନିମଖଣ୍ତି ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ଓ ଜତିରଞନ ବେହେରାଙ୍କ ସମେତ ବହୁ ପୋଲିସ ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ କରିବା ପାଇଁ ଏକ ପ୍ଲାଟୁନ ପୋଲିସ ଫୋର୍ସ ଯୋଗାଇବା ସହ ଯାତ୍ରାରେ ଯେପରି କୌଣସି ବିଶୃଙ୍ଖଳା ସୃଷ୍ଟି ନହେବ ପୂର୍ବରୁ ଏକ ପ୍ରସ୍ତୁତି ବୈଠକ କରି ଯାତ୍ରା ପ୍ରତି ନଜର ରଖୁଥ‌ିବା ଜଣାପଡ଼ିଛି । ସନ୍ଧ୍ୟାରେ ଯୁବ ନେତା ସାକା ସୁଜିତ କୁମାର ଯୋଗଦେଇ ମା’ଙ୍କ ଆଶିଷ ଭିକ୍ଷା କରିବା ସହ ସମସ୍ତଙ୍କୁ ରଜ ଉପଲକ୍ଷେ ଅଭିନନ୍ଦନ ଜଣାଇ ଯାତ୍ରକୁ ଶାନ୍ତି ଶୃଙ୍ଖଳାରେ ସମାପ୍ତ କରିବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ର, କୁକୁଡ଼ାଖଣ୍ତି ବ୍ଲକ ଉପାଧକ୍ଷା ବିଷ୍ନୁପ୍ରିୟା ପାତ୍ର, ବ୍ଲକ ବିଜେଡି ସଭାପତି ସୀତାରାମ ସାହୁ,ବିଧାୟକ ପ୍ରତିନିଧି ଉଦୟ ବେହେରା, ଉପସଭାପତି କୈଳାଶ ବିଷୋୟୀ, ରବିନ୍ଦ୍ର ମହାରଣା, ସରପଞ୍ଚ ସଂଘର ସଭାପତି ବଶିଷ୍ଠ କୁମାର ଜେନା,ଉପସଭାପତି ଏଲ୍.ମୋହନ ଦାସ, ସମ୍ପାଦିକା କ୍ରାନ୍ତି କୁମାରୀ ଦେବୀ, ସହ ସମ୍ପାଦକ ରାଧା ମୋହନ ସେଠୀ, କୋଷାଧ୍ୟକ୍ଷ ଅନୀଲ କୁମାର ଗୌଡ଼, ବନ୍ଦନା କୁମାରୀ ସେଠୀ,ଚନ୍ଦ୍ରଶେଖର ନାୟକ, ଦେବାଶିଷ ସେଠୀ, ଜିତେନ୍ଦ୍ର ସେଠୀ, ମୁରଲୀଧର ସେଠୀ, ସଶ୍ମିତା ସାହୁ, କାପଲ. ବୁଲୁ, ମାମି ସାସମଲ, କାମିନି ନାୟକ, ସ୍ଥାନୀୟ ସମିତି ସଭ୍ୟ ରବିନ୍ଦ୍ର ପାତ୍ର, ପୂର୍ବତନ ସରପଞ୍ଚ ଏଲ୍. ପୁରୁଷୋତ୍ତମ ପାତ୍ର, ବରିଷ୍ଠ ବିଜେଡି ନେତା ପଞ୍ଚାନନ ସାହୁ ସମେତ ବହୁ ଗ୍ରାମବାସି ଓ ବ୍ଲକର ବହୁ ସରପଞ୍ଚ ସମିତିସଭ୍ୟ ଉପସ୍ଥିତଥିଲେ। ଜଗଦଲପୁର ଗ୍ରାମ୍ୟ ଶାନ୍ତି କମିଟି ଉପସ୍ଥିତ ରହି ପରିଚାଳନା କରିଥିଲେ l ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ସମେତ ଗ୍ରାମ୍ୟ କମିଟି ଯାତ୍ରା ପରିଚାଳନାରେ ସହଯୋଗ କରୁଛନ୍ତି। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ