September 10, 2026

ଧାନ ଫସଲରେ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ନେଇ ଦ୍ୱିଦିବସୀୟ ତାଲିମ ଶିବିର

IMG-20260910-WA0060
Share

 

 

ବରପାଲି : ୧୦/୯(ସୁଦାମ ଦୀପ)ବରଗଡ଼ ଜିଲ୍ଲା ବରପାଲି ବ୍ଲକ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପକ୍ଷରୁ ଧାନ ଫସଲରେ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ସମ୍ପର୍କରେ ଦ୍ୱିଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଚାଷୀମାନଙ୍କୁ ଧାନ ଫସଲରେ ସନ୍ତୁଳିତ ସାର ପ୍ରୟୋଗ, ମୃତ୍ତିକାର ଉର୍ବରତା ବଜାୟ ରଖିବା ଓ ଉନ୍ନତ ଫସଲ ଉତ୍ପାଦନ ପାଇଁ ଆବଶ୍ୟକ ପୋଷକତତ୍ତ୍ୱ ପରିଚାଳନା ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମରେ ବ୍ଲକ କୃଷି ଅଧିକାରୀ ଦିଲୀପ କୁମାର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧାନ ଚାଷରେ ବୈଜ୍ଞାନିକ ପଦ୍ଧତିରେ ପୋଷକତତ୍ତ୍ୱ ପରିଚାଳନାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସହକାରୀ କୃଷି ଅଧିକାରୀ ଋତୁପର୍ଣ୍ଣା ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାଷୀମାନଙ୍କୁ କୃଷି ବିଭାଗର ବିଭିନ୍ନ ପରାମର୍ଶ ଓ ସୁବିଧା ସମ୍ପର୍କରେ ଅବଗତ କରାଇଥିଲେ। କୃଷି ବିଜ୍ଞାନ କେନ୍ଦ୍ର, ଗମ୍ଭାରୀପାଲିର ମୃତ୍ତିକା ବିଶେଷଜ୍ଞ ରାହୁଲ ଦେବ ବେହେରା ତାଲିମଦାତା ଭାବେ ଯୋଗଦେଇ ଧାନ ଫସଲରେ ସମନ୍ୱିତ ସାର ପରିଚାଳନା, ମୃତ୍ତିକା ପରୀକ୍ଷା ଅନୁଯାୟୀ ସାର ପ୍ରୟୋଗ, ଜୈବିକ ଓ ରାସାୟନିକ ସାରର ସନ୍ତୁଳିତ ବ୍ୟବହାର ଏବଂ ଫସଲର ଆବଶ୍ୟକତା ଅନୁଯାୟୀ ପୋଷକତତ୍ତ୍ୱ ପ୍ରଦାନ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଏଥିସହ ଚାଷୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଆବଶ୍ୟକ କୃଷି ପରାମର୍ଶ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ କୃଷକ ସାଥୀ ସତ୍ୟବାନ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବିଟିଏମ ଶୁକଦେବ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ଅଗ୍ରଣୀ ଚାଷୀ ମହେଶ୍ୱର ପଧାନଙ୍କ ସମେତ ବହୁ ଚାଷୀ ଏହି ତାଲିମ ଶିବିରରେ ଯୋଗଦେଇ ଉପକୃତ ହୋଇଥିଲେ। ମାନସ ରଞ୍ଜନ ପଧାନ, ଜଗଦାନନ୍ଦ ଦିଶ୍ରୀ ଓ ଜଗଦିଶ ପାଣ୍ଡେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

You may have missed