September 11, 2026

ଗଣେଶ ପୂଜାରେ ଡିଜେ ଓ ବାଣକୁ ପ୍ରଶାସନର ବାରଣ,ହେବ ଜବତ

IMG-20260910-WA0058
Share

 

 

ଖୋର୍ଦ୍ଧା,୧୦/୯(ଉପାନ୍ତ ଖବର): ଜୟୀରାଜ ଗୁରୁ ଟାଉନ ହଲରେ ପୂଜା କମିଟିର ସଦସ୍ୟମାନଙ୍କୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବୈଠକ ବସିଥିଲା । ଖୋର୍ଦ୍ଧା ପୌରପାଳିକା ଅଂଚଳରେ ୮୪ଟି ପୂଜା କମିଟିର ସଦସ୍ୟ ମାନେ ଯୋଗଦେଇଥିଲେ। ଜିଲ୍ଲା ପ୍ରଶାସନ ମତ ଅନୁସାରେ ମୃର୍ତ୍ତିର ଉଚ୍ଚତା ୧୦ ପୁଟ ଭିତରେ ରହିବ ଓ ମଣ୍ଡପର ଉଚ୍ଚତା ୪ପୁଟ ରହିବ। ମଣ୍ଡପ ପାଖରେ ଆଲୋକ ସଜା ସଜି କାମ ଭଲରେ ହୋଇଥିବ ।

ପେଣ୍ଡାଲ ନିକଟ ରେ – ଅଗ୍ନି ନିରାପଦ ପାଇଁ ୨ ବାଲଟି ରେ ବାଲି ଓ ଦୁଇ ବାଲଟି ରେ ପାଣି ରହିବ। ଫାଷ୍ଟେଡ୍ ବକ୍ସ ରହିବ। ଜରୁରୀ କାଳିନ ସୂଚନା ପାଇଁ ପୋଲିସ, ହସପିତାଲ , ଦମକଳ କାର୍ଯ୍ୟାଳୟ ର ଫୋନ ନମ୍ବର ଲେଖାଥିବ। ଭଲେଣ୍ଟିୟର ମାନେ ନିଜ ପୋଷାକ ସହିତ ସହଯୋଗ କରୁଥିବେ । ରୋଡ ଠାରୁ ଦୁରରେ ପେଣ୍ଡାଲ୍ ରହିବ ।

ସାଉଣ୍ଡ ବକ୍ସ ଲଗାଇବା ପାଇଁ ପ୍ରଶାସନଠାରୁ ଅନୁମତି ଆଣିବେ। ରାମ ଚରିତ ମାନସ ଓ ଭଜନ କୀର୍ତ୍ତନ କରି ପାରିବେ,

ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ- ବ୍ୟକ୍ତି ଓ ପରିବେଶ କୁ କ୍ଷତିଗ୍ରସ୍ତ କରୁଥିବା ,ଡିଜେ ଓ ବାଣ ବନ୍ଦ କରିବା। ରାତି ୧୦ଟା ସମୟରେ ପୂଜା ମଣ୍ଡପ ବନ୍ଦ କରିବା,

୧୦ ଦିନ ଭିତରେ ଭସାଣି ପର୍ବ ସାରିବା । ଏହି ପରି ଅନେକ ଜନହିତ କର କାର୍ଯ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଏହି ସଭାରେ ଡେପୁଟି କଲେକ୍ଟର ରଂଜନ ମହାନ୍ତି ଅଧକ୍ଷତା କରିଥିବା ବେଳେ ଆଦର୍ଶ ଥାନା ଅଧିକାରୀ ର ମେଶ ଦେବତା ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଏସ୍ ଡିପିଓ ପଙ୍କଜ ମାଝି, ଆସିଷ୍ଟାଣ୍ଟ କଲେକ୍ଟର ଏନ୍. କୃଷ୍ଣମୂର୍ତ୍ତି ଓ ଅତିରକ୍ତ ତହସିଲ ଦାର ଗୋପାଳ ରେଡ୍ଡି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।